www.samajalive.in
Saturday, December 6, 2025
23.1 C
Bhubaneswar

ଏଲ୍ଲାମା ମନ୍ଦିରରେ ଝାମି ଯାତ୍ରା

ଗଞ୍ଜାମ: ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏଲ୍ଲାମା ଠାକୁରାଣୀ ମନ୍ଦିର ରେ ଝାମି ଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିରରେ ବଢି ଭୋର ସମୟରୁ ଠାକୁରାଣୀଙ୍କ ସେବକ ଦାୟିତ୍ୱରେ ଆବାହନ କାଳରୁ ରହିଥିବା ଜେନା ବଂଶ ସେବାୟତ ମାନେ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଥିଲେ। ପରେ ଅପରାହ୍ନ ସମୟରେ ଝାମି ଯାତ୍ରାରେ ମୁଖ୍ୟ ପୂଜକ ନିଆଁରେ ଚାଲିବା ପରେ ଶ୍ରଦ୍ଧାଳୁ ମାନେ ଖାଲି ପାଦରେ ଚାଲିବା ମୁଖ୍ୟ ଆକର୍ଷଣ ରହିଥିଲା। ଯାତ୍ରା ଅବସରରେ ମନ୍ଦିର ପରିସରରେ ବାଦ୍ୟ ବାଜଣାର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରିଥିବା ଲକ୍ଷ୍ୟ କରାଯାଇଥିଲା। ଦିନ ତମାମ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିଛି ଶ୍ରଦ୍ଧାଳୁଙ୍କ ଦ୍ଵାରା ମନ୍ଦିର ପରିସରରେ ଠାକୁରାଣୀଙ୍କ ଉଦ୍ଦେଶ୍ୟ ରନ୍ଧେଇ କରାଯାଇ ସମର୍ପଣ କାରାଉଥିବା ଦେଖିବାକୁ ମିଳିଥିଲା।ସାଧାରଣତଃ ତେଲୁଗୁ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ବହୁ ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳିଥିଲା।
ଜେନା ବଂଶ ପକ୍ଷରୁ ମନ୍ଦିର ମୁଖ୍ୟ ପୂଜକ ତ୍ରିନାଥ ଜେନା,ଗୋପୀନାଥ ଜେନା,ହରପ୍ରସାଦ ଜେନା,ପ୍ରଫୁଲ୍ଲ ଜେନା,ସନ୍ତୋଷ ଜେନା,ରାଜା ଜେନା ପ୍ରମୁଖ ପରିଚାଳନା କରିଥିବା ବେଳେ ସୁକୁ ଦାସ,କନ୍ଧ ପାଢ଼ୀ, ବିଭୁ ପ୍ରସାଦ ମହାଙ୍କୁଡ଼ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories