ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଂଚାୟତର ହୁମା ବଜାରରେ ପରିମଳ ସେବା ବିପର୍ଯ୍ୟସ୍ତ ହେଇପଡ଼ିଥିବା ଦେଖିବାକୁ ମିଳିଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜାତୀୟ ରାଜପଥ ପାର୍ଶ୍ୱ ବୀରଭଦ୍ର ଉଚ୍ଚ ବିଦ୍ୟାଳୟ ପାଚେରୀ ନିକଟରେ। ସେଠାରେ ଅଳିଆ ଗଦା ହୋଇ ପଡି ରହିଥିବା ଦେଖିବାକୁ ମିଳିଛି। ବର୍ତମାନ ବର୍ଷା ଲାଗି ରହିଥିବା ଯୋଗୁଁ ଦୁର୍ଗନ୍ଧ ହେଉଛି। ଫଳରେ ସେହି ରାସ୍ତାରେ ଯାଉଥିବା ଲୋକମାନେ ଓ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥ, ବଜାର, ସ୍କୁଲ ନିକଟରେ ଏଭଳି ଅବସ୍ଥା ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ। ଫଳରେ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ଏହି ସ୍କୁଲରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତ୍ୟେକ ଦିନ ସେହି ଅପରିଷ୍କାର ରାସ୍ତାରେ ଯିବା ଆସିବା କରୁଛନ୍ତି। ଯାହାକୁ ନେଇ ପିଲାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ରାଜପଥକୁ ଲାଗି ପାଚେରୀର କିଛି ଅଂଶ ଭାଙ୍ଗି ଯାଇଥିବା ଯୋଗୁଁ ସନ୍ଧ୍ୟାରେ ମଦୁଆମାନେ ସ୍କୁଲ ପରିସରରେ ଖାଲି ବୋତଲ ଫିଙ୍ଗୁ ଥିବା ନେଇ ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି। ଗୋଟାଏ ପଟେ ସ୍କୁଲ ପାଚେରୀ ଲାଗି ଅଳିଆ ଗଦା ହେବା ଏବଂ ସ୍କୁଲ ପରିସରରେ ମଦ ବୋତଲ ଫିଙ୍ଗିବା ଫଳରେ ପରିବେଶ ନଷ୍ଟ ହେବା ସହ ପିଲାମାନଙ୍କ ମାନସିକତା ଉପରେ ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।
୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..



