www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର; ୮ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ସୋମବାର ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି । ବୁଲନ୍ଦସହରରେ ଜାତୀୟ ରାଜପଥ ୩୪ରେ ଘଟାଲ ଗାଁ ନିକଟରେ ଶ୍ରଦ୍ଧାଳୁ ଯାଉଥିବା ଏକ ଟ୍ରାକ୍ଟରକୁ ଏକ କଣ୍ଟେରନର ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟରରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରଦ୍ଧାଳୁ କାସଗଞ୍ଜରୁ ରାଜସ୍ଥାନର ଗୋଗାମେଡି ଯାଉଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପୁଲିସ କହିବାନୁଯାୟୀ, ଟ୍ରାକ୍ଟରରେ ପ୍ରାୟ ୫୦ରୁ ୬୦ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ଏମାନେ ସମସ୍ତେ କାସଗଞ୍ଜର ବାସିନ୍ଦା ଥିଲେ ବୋଲି ଜଣାପଡିଛି । ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

ନବୀନଙ୍କୁ ଭେଟିଲେ ରାଜ୍ୟପାଳ

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories