www.samajalive.in
Sunday, December 14, 2025
23.1 C
Bhubaneswar

ସାମାନ୍ୟ ବର୍ଷାରେ ୧୨ ନଂ ୱାର୍ଡ ମୁଖ୍ୟ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡର ତୁଳସୀନଗର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷାହେଲେ ବର୍ଷା ଜଳ ଜମି ରହି କୃତ୍ରିମ ପୋଖରୀ ସୃଷ୍ଟି ହେଉଛି। ଫଳରେ ଏହି ରାସ୍ତାରେ ଲୋକଙ୍କୁ ଯାତାୟତ ପାଇଁ ସମସ୍ୟା ହେଉଛି। ଏପରିକି ବର୍ଷା ଦିନ ଆସିଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ରହୁଥିବା ସ୍ଥାନୀୟ ବାସିନ୍ଦା ଅନିଲ କୁମାର ବେହେରା ପ୍ରକାଶ କରିଛନ୍ତି। ବର୍ଷା ଜଳ ନିଷ୍କାସନ ହେବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ଅସୁବିଧା ସୃଷ୍ଟି ହେଉଛି। ଏହି ସମସ୍ୟା ଯୋଗୁଁଁ ବରିଷ୍ଠ ନାଗରିକ, ଛୋଟ ପିଲା ସ୍କୁଲ ଓ ଟିଉସନ ଯିବା ଆସିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ସ୍ଥାନରେ ଶିଶୁ ଓ ବରିଷ୍ଠ ନାଗରିକ ଯିବାଆସିବା ସମୟରେ ପଡ଼ି ଯାଉଥିବା ନଜିର ରହିଛି। ବର୍ଷା ଛାଡିଗଲା ପରେ ମଧ୍ୟ କାଦୁଅ ପଚ ପଚରେ ସାହି ବାସିନ୍ଦା ଯିବାଆସିବା କରିବା ପାଇଁ ବାଧ୍ୟ ହୋଇଥା’ନ୍ତି। ଏନେଇ ସ୍ଥାନୀୟ କାଉନସିଲର ପି. ଚନ୍ଦ୍ରଶେଖର ପ୍ରାୟ ଅଢେଇ ବର୍ଷ ହେଲା ଏନଏସି କର୍ତ୍ତୃପକ୍ଷଙ୍କୁ ଉକ୍ତ ସ୍ଥାନର ସମସ୍ୟା ଓ ରେଡି ସାହି ପ୍ରବେଶ ପଥର ସମସ୍ୟା ନେଇ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ସତେ ଯେମିତି ଏହି ୱାର୍ଡଟି ବିଜ୍ଞାପିତ ଅଞ୍ଚଳର ସାବତ ପୁଅ ବୋଲି ସାଧାରଣରେ ଆଲୋଚନା ହେଉଛି। ୧୨ ନଂ ୱାର୍ଡର କୌଣସି ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦିଆଯାଉ ନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories