ଗଞ୍ଜାମ : ଆକ୍ସନ ମୁଡ଼ ରେ ପୁଲିସ, ଗଞ୍ଜାମ ରେ ବାଲି ମାଫିଆଙ୍କ ଗୋଟିଏ ପରେ ଗୋଟିଏ ଗାଡି ଧରିବାରେ ଲାଗିଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲ ଭିତରେ ବେଆଇନ ବାଲି ଗଚ୍ଛିତ ହୋଇ ରାତି ଅଧିଆ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ଖବର କୈାଣସି ସୂତ୍ରରୁ ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ,ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଓ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଜାଗାକୁ ସିଲ୍ କରାଯିବା ସହ ଗଚ୍ଛିତ ବାଲିକୁ ମଧ୍ୟ ଜବତ କରାଯିବା ସହ ସେଠାରେ ଲାଲ ପତାକା ମାରିବା ସହ ଏକ ଜେସିବ ମେସିନକୁ ଜବତ କରାଯାଇଛି। ତତ୍ ସହ ଜମି ମାଲିକ ଦାମୋଦରପୁରର ଲିଙ୍ଗରାଜ ବେହେରାଙ୍କ ନାମରେ ଗୋଟେ ଗଞ୍ଜାମ ଥାନାରେ ମାମଲା ରୁଜ୍ଜୁ କରାଯାଇଥିବା ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ୍ ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନା ଥାଉ କି ଶୁକ୍ରବାର ଦିନ ଛତ୍ରପୁର ବ୍ଲକ ମଧପୁର ଗ୍ରାମରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ମୁଖ୍ୟ କର୍ପଟଦାରଙ୍କ ସମେତ ୨୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ୧୯ ବାଲି ବୋଝେଇ ଟ୍ରକ ସହ ଏକ କାରକୁ ଜବତ କରାଯାଇଥିଲା। ଗତ କିଛି ଦିନ ହେଲା ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଛି, ଯାହାଫଳରେ ସରକାରଙ୍କ ଅନେକ ରାଜସ୍ବ କ୍ଷତି ହେଉଥିବା ବେଳେ ଆନ୍ଧ୍ରରେ ସୁନା ଦରରେ ବାଲି ବିକ୍ରି କରି ମାଲାମାଲ ହେଉଛନ୍ତି ମାଫିଆ ମାନେ।



