www.samajalive.in
Friday, December 12, 2025
16.1 C
Bhubaneswar

ବୁଷ୍ଟର ଡୋଜ ପାଇଁ ଟିକାଦାତାଙ୍କୁ ପୁରସ୍କାର

ଗଞ୍ଜାମ: କୋଭିଡ ନିୟନ୍ତ୍ରଣ ଲାଗି ସରକାର ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦେଉଛନ୍ତି । ତେଣୁ ସମସ୍ତ ସ୍ଥାନରେ ଟିକାକରଣ କରାଯାଉଛି । ଟିକାଦାତାଙ୍କୁ ପ୍ରୋତ୍ସାହିତ ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛି ଗଞ୍ଜାମ ସହରର ଭରସା ଅନୁଷ୍ଠାନ । କରୋନାର ବୁଷ୍ଟର ଡୋଜକୁ କିପରି ଅଧିକରୁ ଅଧିକ ଲୋକଙ୍କୁ ଦିଆଯାଇପାରିବ ସେନେଇ ଲଟେରୀ ମାଧ୍ୟମରେ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରୁଛନ୍ତି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓ ଅମୃତ ମହୋତ୍ସବ ଅବସରରେ ବୁଷ୍ଟର ଡୋଜକୁ ନେଇ ସଚେତନତା ଓ  ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଓ ସଭାପତି ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗୋଟିଏ ଦିନ ବୁଷ୍ଟର ଡୋଜ ଦେଇଥିବା ସମସ୍ତ ଟିକାଦାତାଙ୍କ ନାମରେ ଲଟେରୀ କରାଯାଇଥିଲା ।

- Advertisement -

ଏହି ଲଟେରୀକୁ ଭରସା ଅନୁଷ୍ଠାନ ଉପଦେଷ୍ଟା ଡ. ସବିତା ରାଣୀ ଦାସଙ୍କ ସଂଯୋଜନାରେ ଟିକାପ୍ରଦାନ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ସରସ୍ୱତୀ ମହାଅଙ୍ଗୁଡ଼, ବାବୁ ପ୍ରଧାନଙ୍କ ଉପସ୍ଥିତିରେ ତିନିଜଣ ଟିକାଦାତାଙ୍କ ନାମ ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ ବାହାର କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ବିଜେତା ଛଅ ନମ୍ବର ଉପଭୋକ୍ତା ଗଞ୍ଜାମ ଏନଏସିର ପୁଇଁତୋଳା ଗ୍ରାମର ଅଶୋକ ପଲେଇଙ୍କୁ ଆଇରନ ବକ୍ସ, ୨ୟ ବିଜେତା ୪୧ ନମ୍ବର ଟିକାଦାତା ଗଞ୍ଜାମ ସହରର କରଣସାହିର ତନ୍ମୟୀ ପଣ୍ଡାଙ୍କୁ ଫୋଲଡିଙ୍ଗ ଛତା ଓ ତୃତୀୟ ବିଜୟୀ ୨୪ ନମ୍ବର ଟିକାଦାତା ହେଲେ ଗଂଜାମ ବ୍ଲକ ସାନକାଇଁଛପୁର ଗ୍ରାମର ସୁମିତ୍ରା ନାୟକଙ୍କୁ ଫୋଲଡିଂ ଛତା ପ୍ରଦାନ କରାଯାଇଥିଲା । ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ବସନ୍ତ କୁମାର ସାହୁ, ସାମା ରେଡ୍ଡୀ, ପ୍ରଭାତ ବିଶ୍ବାଳ, ପ୍ରଭାତ ସାହୁ , ଵିନୋଦ ଚନ୍ଦ୍ରପଲେଇ, ସୀମାଞ୍ଚଳ ଦାସ, ଅଖିଳ ତରାଇ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଅନୁଷ୍ଠାନ ଭରସାର ଏହି ଭିନ୍ନ ପ୍ରୟାସ ଓଡ଼ିଶାରେ ପ୍ରଥମ ହୋଇଥିବାରୁ ବିଭନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories