www.samajalive.in
Thursday, December 11, 2025
14.1 C
Bhubaneswar

ରେସନ କାର୍ଡ ବନ୍ଧକ ରଖି ବିକଳାଙ୍ଗ କନ୍ୟାର ଚିକିତ୍ସା

ଗଞ୍ଜାମ: ଘୋର ଆର୍ଥିକ ଅନାଟନରେ ସନ୍ତୁଳିତ ଏକ ପରିବାର ବିକଳାଙ୍ଗ କନ୍ୟାର ଚିକିତ୍ସା ପାଇଁ ଅନ୍ୟ ଉପାୟ ନପାଇ ରେସନ କାର୍ଡକୁ ବନ୍ଧକ ରଖିବା ଭଳି ଏକ ଦୁଃଖଦ ଘଟଣା ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି। ଏହି ପରିବାର ନିକଟରେ ଠାକୁରଙ୍କ ଭଳି ଦଣ୍ଡାୟମାନ ହୋଇ ଜଣେ ସମାଜସେବୀ ରେସନ କାର୍ଡ ମୁକୁଳାଇ ପରିବାରକୁ ସହାୟତାର ହାତ ବଡାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ରମ୍ଭା ବିଜ୍ଞାପିତ ଅଞ୍ଚଳ ପରଷଦର ୩ ନମ୍ବର ୱାାର୍ଡ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ।

 

- Advertisement -

ସୂଚନା ଅନୁଯାୟୀ ଲକ୍ଷ୍ମୀପୁର ନିବାସୀ ରଘୁନାଥ ବେହେରାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ଆର୍ଥିକ ଅନଟନ ଯୋଗୁ ୨୮ ବର୍ଷୀୟା ବଡଝିଅ ସନ୍ଧ୍ୟାରାଣୀ ବେହେରା ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଏକ ସୂତାକଳରେ କାମ କରୁଥିବା ବେଳେ ୬ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଅଣ୍ଟାରେ ଗଭୀର ଆଘାତ ଲାଗିବାରୁ ସେ ଆଉ ଉଠି ପାରିନଥିଲେ। ଫଳରେ ବାପା ସେଠାରୁ ତାଙ୍କୁ ନେଇ ଆସିଥିଲେ। ସୁତାକଳ ମାଲିକ ମାତ୍ର ୧୫ଶହ ଟଙ୍କା ବାପାଙ୍କ ହାତରେ ଧରାଇ ଦେଇ ଝିଅକୁ ନେଇଯିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ବାପା ବ୍ରହ୍ମପୁରସ୍ଥିତ ନିଦାନରେ କନ୍ୟାର ଏକ୍ସରେ କରିବା ପରେ ଅଣ୍ଟା ଫ୍ୟାକ୍ଚର ହୋଇଥିବା ଜାଣିବାକୁ ପାଇଥିଲେ। ସେହିଦିନଠାରୁ ଅର୍ଥାଭାବରୁ ଯୁବତୀ ଝିଅର ଚିକିତ୍ସା ପରିବାରବର୍ଗ କରାଇପାରିନଥିଲେ। ରୋଜଗାରିଆ ଝିଅ ଅକର୍ମଣ୍ୟ ହୋଇ ଘରେ ପଡି ରହିଛନ୍ତି। ତାଙ୍କର ଚିକିତ୍ସା ଜରୁରୀ ହୋଇପଡିବାରୁ ୨୨ ବର୍ଷୀୟ ସାନ ଭାଇର ପାଠପଢ଼ାରେ ଡୋରି ବାନ୍ଧି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି।

 

ରଘୁନାଥଙ୍କ ୨୭ ବର୍ଷୀୟା ମଝିଆ ଝିଅ ଝରଣା ଦିଲ୍ଲୀରେ ବିବାହ କରିଥିଲେ ହେଁ କୌଣସି କାରଣରୁ ସ୍ୱାମୀଙ୍କ ମୃତ୍ୟୁ ଘଟିବାରୁ ସେ ମଧ୍ୟ ଘରକୁ ଆସି ବାପାଙ୍କ ଉପରେ ବୋଝ ହୋଇଛନ୍ତି। ଆଉଜଣେ ସାନ ସାନଝିଅ ଘରେ ଅଛି। ସେମାନଙ୍କ ବୋଝ ଉଠାଇବା କଷ୍ଟକର ହୋଇପଡିବାରୁ ବାପା ରଘୁନାଥ ଓ ମା ବୈଦେହୀ ଦୁହେଁ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ବଡଝିଅର ଚିକିତ୍ସା ଖର୍ଚ୍ଚ ଓ ଘର ଚଳାଇବା ରଘୁନାଥଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡିଛି। ଏପରି ଅବସ୍ଥାରେ ରଘୁନାଥ ଜିଲା ପ୍ରଶାସନଙ୍କୁ ଅବଗତ କରିଥିଲେ। ପ୍ରଶାସନ ପକ୍ଷରୁ ୧୫ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଇଥିଲା ବୋଲି ମା’ ବୈଦେହୀ କହିଛନ୍ତି। ଝିଅର ଭିନ୍ନକ୍ଷମ ପ୍ରମାଣପତ୍ର ଆଜି ପର୍ଯ୍ୟନ୍ତ ହୋଇ ନପାରିବାରୁ ଭିନ୍ନକ୍ଷମ ଭତ୍ତା ପାଇବାରୁ ସେ ବଞ୍ଚିତ ରହିଛନ୍ତି। ସେମାନେ କଚ୍ଚା ଘରେ ରହୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପକ୍କାଘର ବ୍ୟବସ୍ଥା କରାଯାଇନାହିଁ।

ରଘୁନାଥଙ୍କ ପରିବାରର ଏଭଳି ଦୟନୀୟ ସ୍ଥିତିରେ ରହିଥିବା ଖବର ପାଇ ଦୁଇମାସ ତଳେ ଯୁବନେତା ସୁଧିରକୁମାର ପାଢୀ ସଂପୃକ୍ତ ପରିବାର ନିକଟରେ ପହଞ୍ଚି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ରେସନ କାର୍ଡଟି ବନ୍ଧା ପଡିଥିବା ଜାଣିବା ପରେ କୌଣସି ମତେ ମୁକୁଳାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତବାକ ଆଜି ସୁଧିରକୁମାର ପାଢୀ, ସହଯୋଗୀ ରାକେଶ ରଞ୍ଜନ ଦାସ ଓ ବିଜୟଚନ୍ଦ୍ର ସାହୁ ପ୍ରମୁଖ ରଘୁନାଥଙ୍କ ଘରେ ପହଞ୍ଚି ୧୦ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାପରେ ସେହି ଗଁା​‌େ​‌ର ରେସନ କାର୍ଡ ବନ୍ଧ ରଖିଥିବା ଜଣେ ବ୍ୟକ୍ତିଙ୍କ ନିକଟକୁ ଯାଇ ଟଙ୍କା ଦେଇ କାର୍ଡଟିକୁ ମୁକୁଳାଇଥିଲେ। ଜିଲା ପ୍ରଶାସନ ସମ୍ପୃକ୍ତ ପରିବାରକୁ ସହଯୋଗର ହାତ ବଢାଇବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories