ବାଙ୍କୀ(ଡମପଡ଼ା): ପବିତ୍ର କାର୍ତ୍ତିକ ମାସ ଆସିଲେ ବିଭିନ୍ନ ମଠମନ୍ଦିର ଚଳଚଞ୍ଚଳ ହୋଇ ଉଠୁଥିବା ବେଳେ ହବିଶିଆଳିଙ୍କ ଭିଡ ମଧ୍ୟ ଲାଗିଥାଏ। କିନ୍ତୁ ଚଳିତ ବର୍ଷର କୋଭିଡ କଟକଣା ଯୋଗୁ ମନ୍ଦିର ପରିସର ଏବେ ଖାଁ ଖାଁ ପଡୁଥିବା ଦେଖିବାକୁ ମିଳିଛି। କୋଭିଡ କଟକଣା ପାଇଁ ମନ୍ଦିର ପ୍ରଶାସନ ପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଥିବା ବେଳେ ପବିତ୍ର କାର୍ତ୍ତିକରେ ଦେବାଦେବୀଙ୍କ ଦର୍ଶନ ନପାଇଁ ଉଦାସରେ ଫେରୁଛନ୍ତି ଶ୍ରଦ୍ଧାଳୁମାନେ। ବାଙ୍କୀ ଡମପଡ଼ା ବ୍ଳକ ଅନ୍ତର୍ଗତ ରାଜପ୍ରତିଷ୍ଠିତ ମହିମାମଣି ଦେବ, ସରଣ୍ଡାଗଡ ଅଧିନସ୍ଥ ସୁବର୍ଣ୍ଣପୁର ଗ୍ରାମରେ ବିଜେ ଶ୍ରୀ ଶ୍ରୀ ତୃତୀୟ ଦେବ ଜିଉ, ଡମପଡ଼ା ଜଗନ୍ନାଥ ମନ୍ଦିର, ଗିରିଧାରି ମନ୍ଦିର, ଶ୍ରୀ ସିଂହନାଥ ମନ୍ଦିର ଆଦି ବିଭିନ୍ନ ମନ୍ଦିର ଆଜି କାର୍ତ୍ତିକର ପ୍ରଥମ ଦିନରେ ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା। କରୋନା ଯୋଗୁ କେବଳ ସେବାୟତମାନଙ୍କ ଦ୍ୱାରା ନୀତିକାନ୍ତି ସହକାରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଭକ୍ତମାନେ ଦର୍ଶନରୁ ବଂଚିତ ଅଛନ୍ତି।
Popular Categories



