www.samajalive.in
Monday, December 8, 2025
20.1 C
Bhubaneswar

ଫୁଲବାଣୀରେ ଆଡମ୍ବର ସହକାରେ ଗଜଲକ୍ଷ୍ମୀଙ୍କ ବିସର୍ଜନ

ଫୁଲବାଣୀ: ଆଜି ଫୁଲବାଣୀରେ ବିଡ଼ା ଆଡ଼ମ୍ବର ସହିତ ଗଜଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ହୋଇଯାଇଛି। କୋଭିଡ଼୍‍ ନିୟମ ପ୍ରକାରେ ଏହି ବିସର୍ଜନ ହୋଇଥିବା ବେଳେ ଏହା ସଂପୂର୍ଣ୍ଣଭାବେ ବିନା ଆଡମ୍ବର କରାଯାଇଛି। ସହରର ସର୍ବପୁରାତନ ପୂଜା ପାଉଛନ୍ତି ଲକ୍ଷ୍ମୀମାର୍କେଟରେ। ଦୀର୍ଘବର୍ଷ ଧରି ଓ ପ୍ରତ୍ୟେକ ବର୍ଷ ବହୁ ଜାକଜକମରେ ଦୀର୍ଘ ୧୦ ଦିନ ଧରି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ଼୍‍ କଟକଣା ଯୋଗୁଁ କେବଳ ପରମ୍ପରା ପ୍ରକାରେ ପୂଜାକରାଯାଇଥିଲା। ଆଜି ଚାଇନା ମାର୍କେଟ ପୂଜା କମିଟି ତରଫରୁ କୌଣସି ପଟୁଆର କରାନଯାଇ କେବଳ ମାଙ୍କର ମୃଣ୍ମୟୀ ମୁର୍ତିକୁ ନେଇ ସ୍ଥାନୀୟ କଲେଜ ଛକଠାରେ ଥିବା ସାଲୁଙ୍କୀ ନଦୀରେ ବିସର୍ଜିତ କରାଯାଇଛି। ଏଥିରେ ପୂଜା କମିଟିଏ ସଭାପତି ସୁରେଶ କୁମାର ମହାନ୍ତି, ସମ୍ପାଦକ ରାଜୀବଲୋଚନ ମହାନ୍ତି,ମାନସରଞ୍ଜନ ପାତ୍ର ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମତେ କମିଟିର ଅନ୍ୟ କର୍ମକର୍ତା ମାନେ ସାମିଲ୍‍ ହୋଇଥିଲେ। ପରେ ସେଠାରେ ମାଙ୍କର ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟରେ ଦେବୀପ୍ରସାଦ ଶତପଥି,ଅଖିଳ ମହାନ୍ତି,ଅଶୋକ ସାହୁ,ଉମେଶ ପ୍ରସାଦ ପାତ୍ର ଓ ଅନ୍ୟମାନେ ସହାୟତା କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories