www.samajalive.in
Monday, December 15, 2025
26.1 C
Bhubaneswar

ବର୍ଷା ପାଣି ନିଷ୍କାସନ ପାଇଁ ଖୋଳା ଗଲା ନାଳ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ଦୁଇଟି ୱାର୍ଡରେ ବର୍ଷା ଜଳ ନିଷ୍କାସନ ପାଇଁ ଗତ କିଛି ବର୍ଷ ହେଲା ସମସ୍ୟା ସୃଷ୍ଟି ହେଉଥିଲା । ଗତକାଲି (ମଙ୍ଗଳବାର) ଦିନ ଜଳ ନିଷ୍କାସନ ପାଇଁ ଏକ ନାଳ ଖୋଳାଯାଇଛି । ଫଳରେ ଦୀର୍ଘ ଦିନ ହେଲା ଲାଗିରହିଥିବା ସମସ୍ୟା ଦୂର ହେବ ବୋଲି ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ ଜାତୀୟ ରାଜପଥ ସଂପ୍ରସାରଣ ହେବା ପରେ  କଲଭର୍ଟ ଲାଗି ରହିଥିବା ଦୁଇଟି ପୋଖରୀକୁ ପୋତିଦିଆ ଯାଇଥିଲା ।

ଫଳରେ ସେହି ରାସ୍ତାରେ ଆଉ ବର୍ଷା ପାଣି ବାହାରକୁ ନିଷ୍କାସନ ହେଉନଥିଲା । ଏହି ନାଳ ଖୋଲିବା ପାଇଁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ଦାବି କରିଆସୁଥିଲେ । ବର୍ତ୍ତମାନ କିଛି ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ଏହି ନାଳ ଖୋଳାଯାଇଛି । ନାଳ ଖୋଳା ସମୟରେ ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପ୍ରତିନିଧି ବିନୋଦ କୁମାର ପାଢ଼ୀ, ବିଶ୍ଵନାଥ ବିଶ୍ୱାଳ, ପ୍ରତାପ ବିଶ୍ୱାଳ, ଭଗବାନ ପ୍ରଧାନ, ପ୍ରକାଶ ରାଉଳ, ସୁଶାନ୍ତ ତାରାଇ, ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories