www.samajalive.in
Tuesday, December 9, 2025
15.1 C
Bhubaneswar

ଗଞ୍ଜାମରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢୁଛି, କରୋନା ଆକ୍ରାନ୍ତ ସଂଖ୍ୟା କମୁଛି-ଜିଲାପାଳ

ଭୁବନେଶ୍ବର: ଗଞ୍ଜାମ ଜିଲାରେ କୋଭିଡ୍‌ ଟେଷ୍ଟିଂ ସଂଖ୍ୟା ବଢୁଛି ଓ କରୋନା ଆକ୍ରାନ୍ତ ସଂଖ୍ୟା କମୁଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ରୀନ୍‌ ଅଞ୍ଚଳ ବଢ଼ି ଚାଲିଛି। ସହରାଞ୍ଚଳରେ କରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ୫୫ ପ୍ରତିଶତ ଗ୍ରୀନ୍‌ ଏରିଆ ହୋଇଛି। ସେହିପରି ଗଞ୍ଜାମ ଜିଲାର ୮୪ ପ୍ରତିଶତ ଗ୍ରମାଞ୍ଚଳ କରୋନା ମୁକ୍ତ ହୋଇଥିବାବେଳେ ବ୍ରହ୍ମପୁରରେ ୮୬ ପ୍ରତିଶତ ରୋଗୀ ସୁସ୍ଥ ହେଲେଣି ବୋଲି ଗଞ୍ଜାମରେ କରୋନା ସ୍ଥିତି ନେଇ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି।
ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଗଞ୍ଜାମ ଜିଲାକୁ ସାଢ଼େ ୪ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଫେରିଛନ୍ତି। କରୋନା ଭୂତାଣୁ ପ୍ରତିହତ ପାଇଁ ଜିଲାରେ ୩୦୦୦ରୁ ଅଧିକ ଟିଏମସି ପ୍ରତିଷ୍ଠା କରାଯାଇଛି। ଜୁଲାଇ ମାସ ତୁଳନାରେ ଗଞ୍ଜାମ ଜିଲାରେ ୧୦ ଗୁଣ କୋଭିଡ୍‌ ଟେଷ୍ଟିଂ ବଢାଇ ଦିଆଯାଇଛି। ଲୋକଙ୍କର ମନୋବଳ ବଢ଼ିଥିବାରୁ ଲୋକେ ଟେଷ୍ଟିଂରେ ସହଯୋଗ କରୁଛନ୍ତି।ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଫଳରେ ଗ୍ରାମାଞ୍ଚଳରେ ଗ୍ରୀନ ଅଞ୍ଚଳ ବଢ଼ିଛି। ସହରାଞ୍ଚଳରେ ମଧ୍ୟ ଗ୍ରୀନ ଅଞ୍ଚଳ ଧୀରେ ଧୀରେ ବଢ଼ିଛି। ଗଞ୍ଜାମ ଜିଲାରେ କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ୭୮୦୦ କୋଭିଡ ଶଯ୍ୟା କରାଯାଇଛି। ଜିଲ୍ଲାରେ ଏବେ ୫୦ ପ୍ରତିଶତ ଶଯ୍ୟା ଖାଲି ଅଛି ବୋଲି ଗଞ୍ଜାମରେ କରୋନା ସ୍ଥିତି ନେଇ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ସହଯୋଗରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ଜାରି ରହିଛି। ପ୍ଲାଜମା ଦାନ ଆରମ୍ଭ ହୋଇଛି। ଯେଉଁମାନେ ସୁସ୍ଥ ହୋଇଛନ୍ତି ସେମାନଙ୍କ ପ୍ଲାଜମା ବ୍ୟବହାର ହେଉଛି। ଗଞ୍ଜାମ ଜିଲାରେ ମୋଟ ୧୪୦୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୪ ପ୍ରତିଶତ ସୁସ୍ଥ ହୋଇସାରିଛନ୍ତି। ମୃତ୍ୟୁ ସଂଖ୍ୟା ୧୫୧ ଜଣ। ଏହା ହେଉଛି ଏକ ପ୍ରତିଶତ। ବ୍ରହ୍ମପୁର ସହରରେ ୮୬ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଜିଲ୍ଲାର ଗ୍ରାମାଂଚଳରେ ୮୪ ପ୍ରତିଶତ କରୋନା ମୁକ୍ତ ହୋଇଛି।
ଗଞ୍ଜାମରେ ଟେଷ୍ଟିଂ ଆଜି ଏକ ଲକ୍ଷ ପହଞ୍ଚିଛି। ଏହା ଜାତୀୟ ସ୍ତର ତୁଳନାରେ ଅଧିକ। ରାଜ୍ୟରେ ମଧ୍ୟ ଗଞ୍ଜାମରେ ଅଧିକ ଟେଷ୍ଟିଂ ହୋଇଛି। ଗତକାଲି ଆମେ ୮ ହଜାର ଟେଷ୍ଟିଂ କରିଥିଲୁ। ଏଥିରୁ ୩ ପ୍ରତିଶତ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆରଟିପିସିଆର ଏବଂ ଆଣ୍ଟିଜେନ ଟେଷ୍ଟିଂରୁ ଲାଭ ମିଳୁଛି। ଆମର ପଞ୍ଚସୂତ୍ରୀ କାର୍ଯ୍ୟ ଯୋଜନା ଭଲ କାମ କରିଛି। ଦୋକାନୀମାନେ ଏହାକୁ ପାଳନ କରିଥିବାରୁ ସଂକ୍ରମଣ କମିଛି। ଗଞ୍ଜାମରେ ପଞ୍ଚମ ଥର ସ୍କ୍ରିନିଂ ସରିଛି। ଆଗାମୀ ଦିନରେ ଆହୁରି ସ୍କ୍ରିନିଂ କରାଯିବ। ଏହାରି ମାଧ୍ୟମରେ କରୋନା ରୋଗୀ ଏବଂ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ଚିହ୍ନଟ କରାଯାଇପାରିଛି। ଲକ୍ଷଣଯୁକ୍ତ ଟେଷ୍ଟିଂକୁ ଅଧିକ ଗୁୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଆମେ କରୋନାର ପୂର୍ବ ଲକ୍ଷଣ ଚିହ୍ନଟ କରିବାକୁ ଯାଉଛୁ। ଏହା ଦ୍ୱାରା ମୃତ୍ୟୁ ସଂଖ୍ୟା ଆହୁରି ହ୍ରାସ ପାଇବ। ଲକ୍ଷଣକୁ ଲୁଚାନ୍ତୁ ନାହିଁ। କରୋନାର ମାଗଣା ପରୀକ୍ଷା କରାଯାଉଛି। ଯିଏ ଚାହିଁବେ ସେ ମାଗଣାରେ ପରୀକ୍ଷା କରାଇପାରିବେ। ଏଥି ପାଇଁ ଲୋକେ ଆଗେଇ ଆସନ୍ତୁ। ଫଳରେ କରୋନା ହାରିବ ଓ ଗଞ୍ଜାମ ଜିତିବ ବୋଲି ଜିଲାପାଳ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories