www.samajalive.in
Saturday, December 13, 2025
26.1 C
Bhubaneswar

ହାରିବ କରୋନା, ଗଞ୍ଜାମରେ ପରାମର୍ଶ ଦେବେ ସୁସ୍ଥ ରୋଗୀ

ଭୁବନେଶ୍ବର: ଗଞ୍ଜାମ ଜିଲାରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂଆ ରଣନୀତି ଆପଣାଇଛନ୍ତି। ମୁଖ୍ୟ ଲକ୍ଷ୍ୟ ରହିବ ​କରୋନା ଜନିତ ମୃତ୍ୟୁକୁ ରୋକିବା ଏବଂ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା। ଏଣିକି ଭିତ୍ତିଭୂମି ସଂପ୍ରସାରଣ, ଟେଲି​‌ମେଡ଼ିସିନ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗୃହୀତ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ମେଡିକାଲ କଲେଜର ଜରୁରୀକାଳୀନ ବିଭାଗ ଏବଂ ଓପିଡ଼ି ତୁରନ୍ତ ଖୋଲାଯିବ। ଏହା ଯେପରି ୨୪ଘଣ୍ଟା କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା ହେବ। ବ୍ରହ୍ମପୁର ମେଡିକାଲ କଲେଜରେ ଜଣେ ଅତିରିକ୍ତ ଅଧୀକ୍ଷକଙ୍କୁ ନିଯୁକ୍ତ କରାଯିବ। କୋଭିଡ଼ ପରିଚାଳନାରେ ସେ ଅଧୀକ୍ଷକଙ୍କୁ ସହାୟତା କରିବେ। ଏମକେସିଜିର ଶିଶୁରୋଗ ୱାର୍ଡ଼କୁ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟରରେ ପରିଣତ କରାଯିବ ଏବଂ ଏହା ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିବ। ସେହିପରି ବିଦ୍ୟୁତ୍‌ପୁରରେ ୧୫୦ ଓ ଶିଶୁ ମନ୍ଦିରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର କରାଯିବ। ଏହା ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପରିଚାଳିତ ହେବ। ସିଟି ହସ୍ପିଟାଲ ଚିକିତ୍ସା ସୁବିଧା ଯୋଗାଇବ।

- Advertisement -

ଅକ୍ସିଜେନ ସ୍ତର କମ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ପ୍ରତି ସିସିସି ଏବଂ ସିଏଚସିରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ। ସଂକ୍ରମିତ ରୋଗୀମାନଙ୍କ ଉଦବେଗ କମାଇବା ଓ ପରାମର୍ଶ ଦେବାକୁ ଜଣେ ମନସ୍ତତ୍ବବିତଙ୍କ ନେତୃତ୍ବରେ ମନସ୍ତାତ୍ତ୍ବିକ ପରାମର୍ଶଦାତା ରହିବେ ଏବଂ ସେମାନେ ଟେଲି କାଉନସେଲିଂ କରିବେ। ସୁସ୍ଥ ​ହୋଇଥିବା କରୋନା ରୋଗୀମାନଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ ଏବଂ କୋଭିଡ଼ ମନିଟର ଭାବରେ ​ସେମାନେ ଅନ୍ତତଃ ୧୦ ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହସ ଦେବେ। ଏଥିପାଇଁ ସେମାନଙ୍କୁ ୧୦୦୦ ଟଙ୍କା ଦିଆଯିବ। ନିଜ ଘରେ ପୃଥକବାସରେ ଥିବା ରୋଗୀମାନଙ୍କୁ ମେଡ଼ିସିନ କିଟ୍‌ ​ଯୋଗାଇ ଦେବା ସହିତ ଓଡିଆରେ ଔଷଧ ଖାଇବା ପାଇଁ ସୂଚନା ଦିଆଯିବ। ଏହା କେୟାର ଗିଭର ଏବଂ ​ସେମାନଙ୍କ ପରିବାରକୁ ଆବଶ୍ୟକ ଉପଦେଶ ଦେବା ସହିତ ଆଇଇସି ମ୍ୟାଟେରିଆଲ ମଧ୍ୟ ଯୋଗାଇ ଦିଆଯିବ।

ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ହୋଟେଲଗୁଡ଼ିକୁ ଜିଲାପାଳ କରୋନା ଯୁଦ୍ଧରେ ଆଗ ଧାଡ଼ିରେ ଥିବା ଡାକ୍ତର ଓ ଅନ୍ୟମାନଙ୍କ ରହଣୀ ନିମନ୍ତେ ସଂରକ୍ଷିତ ରଖିବେ। ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ସୁବିଧା ପାଇଁ ​ଭେଷଜ, ଶଲ୍ୟ, ମାନସିକ ରୋଗ ଏବଂ ଶିଶୁରୋଗ ​ସେବା ଟେଲି ମେଡ଼ିସିନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ। କୋଭିଡ଼ ଆକ୍ରାନ୍ତ ଏବଂ ସୁସ୍ଥ ହୋଇଥିବା ରୋଗୀମାନଙ୍କୁ ମଧ୍ୟ ମାନସିକ ସୁସ୍ଥତା ପାଇଁ କଲ ସେଣ୍ଟର ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories