www.samajalive.in
Friday, December 5, 2025
26.1 C
Bhubaneswar

ଗଞ୍ଜେଇ ଚାଲାଣ ବେଳେ ଧରିଲା ପୁଲିସ୍‍, ୨ ଗିରଫ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ପୁଲିସ ଚଢାଉ କରି ୧୦୪କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି।

ସୂଚନା ପ୍ରକାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ପ୍ରକାର ଖବର ପାଇ ଡିଏସପି ମନୋଜ କୁମାର ପୁଜାରୀଙ୍କ ନେତୃତ୍ୱରେ ବାଲିଗୁଡା ଥାନା ଅନ୍ତର୍ଗତ ପୋଖରୀବନ୍ଧ ଠାରେ ଆରମ୍ଭ ହୋଇଥିଲା ଅପରେସନ ଗଞ୍ଜେଇ ଜବତ। ଏହି ସମୟରେ ଉକ୍ତ ରାସ୍ତାଦେଇ ଯାଉଥିବା ଏକ ଅଟୋକୁ ସନ୍ଦେହରେ ଯାଂଚ କରିବା ସମୟରେ ଅଟୋରୁ ପୁଲିସ୍‍ ଜବତ କରିଥିଲା ଗଞ୍ଜେଇ। ଉକ୍ତ ଅଟୋରେ ୧୦୪ କେଜି ଗଞ୍ଜେଇ ଥିଲା ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି ପୁଲିସ୍‍ ପ୍ରକାଶ କରିଛି। ଏହି ଗଞ୍ଜେଇକୁ ବାଲିଗୁଡା ପୋଖରୀବନ୍ଧରୁ ଲଣ୍ଡାଗାଁ ହୋଇ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାକୁ ଚାଲଣ ହେଉଥିବା ପୁଲିସ୍‍ ତାହାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଏହି ମାମଲାରେ ପୁଲିସ୍‍ ୨ ଜଣକୁ ଗିରଫ କରିଥିବା ବେଳେ ଗିରଫମାନେ ହେଲେ ଅନୁଗୁଳ ଜିଲ୍ଲାର ଜେମେଶ କୁମାର ସାହୁ  ଓ ଅନ୍ୟଜଣେ ଜଣେ ଅଟୋ ଚାଳକ ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ଼୍ରା ଗ୍ରାମର ସୁବାଷ ମଳିକ। ଏହି ମାମଲାର ତଦନ୍ତ ଅଧିକାରୀ ଭାବେ ମହିଳା ପୁଲିସ୍‍ ଅଧିକାରୀ ରତିମା ମାଡ଼କାମି ତଦନ୍ତ ଆରମ୍ଭ କରିଥିବା ବେଳେ ପୁଲିସ୍‍ ଏହି ଘଟଣାରେ କେସ ନଂ ୧୫୩ା୨୦ରେ ଏକ ମାମଲା ରୁଜୁକରି କୋଭିଡ-୧୯ ପରୀକ୍ଷା କରିବା ପରେ କୋର୍ଟ ଚାଲଣ କରାଯାଇଥିବା ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories