www.samajalive.in
Friday, December 5, 2025
20.1 C
Bhubaneswar

ଗଞ୍ଜେଇ ଚାଲାଣ ବେଳେ ଟିକାବାଲି ପୁଲିସ ହାବୁଡରେ ଚାଲାଣକାରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ପୋଲିସ କନ୍ଧମାଲ ଜିଲ୍ଲାରୁ କଟକ ଜିଲାକୁ ଚାଲାଣ ହେଉଥିବାବେଳେ ଗୋଟିଏ ଦାମୀ ଡଷ୍ଟର କାର ଭିତରୁ ୯୦ କେଜି ଗଞ୍ଜେଇ ଜବତ ହୋଇଛି। ପୁଲିସ କାରକୁ ଜବତ କରି ଜଣେ ଚାଲାଣକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରେବତି ଶବର ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ଶନିବାର ଦିନ ଅପରାହ୍ନ ପ୍ରାୟ ଦେଢଟା ବେଳେ ଟିକାଲିରୁ ଚକାପାଦ ଓ ଲାଇନପଡା ଯିବାକୁ ଥିବା ରାସ୍ତାର ଛକଠାରେ ଗୋଟିଏ ଡଷ୍ଟର କାର କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୁର୍ବ ସୂଚନା ଅନୁସାରେ ପୁଲିସ ସେଠାରେ ଅଟକାଇ ଗାଡିର ତଲାସି କରିଥିଲା। ତଲାସି ବେଳେ ସେଥିରୁ ୪ଟି ଜରି ବସ୍ତାରେ ୯୦ କେଜି ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହିତ ଡ୍ରାଇଭର କଟକ ଜିଲ୍ଲା ଆଠଗଡ ଅଂଚଳର ପ୍ରଦୀପ କୁମାର ବେହେରା ନମକ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ଏହି ସଂକ୍ରାନ୍ତରେ କେସ ନଂ ୫୭/୨୦ରେ ଏନଡିପିଏସ ଆଇନ ଅନୁସାରେ ରୁଜ୍ଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସେ ଏହି ଗଞ୍ଜେଇକୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡରୁ କଟକ ଜିଲ୍ଲା ଆଠଗଡ ଅଂଚଳକୁ ଚାଲାଣ କରୁ ଥିବା ନେଇ ପୁଲିସ ତାହାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories