www.samajalive.in
Saturday, December 13, 2025
21.1 C
Bhubaneswar

ବୁଧବାର ଘରକୁ ଫେରି ପାରନ୍ତି ଗାଙ୍ଗୁଲି

କଲକାତା : ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଡାକ୍ତରଖାନାରୁ ନିଜ ଘରକୁ ଫେରିବାର ସମ୍ଭାବନା ଥିବା ଜଣାପଡ଼ିଛି। ସେ ଚିକିତ୍ସିତ ହେଉଥିବା ଉଡଲ୍ୟାଣ୍ଡ ଡାକ୍ତରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପାଲି ବାସୁ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ଶନିବାର ଗାଙ୍ଗୁଲିଙ୍କୁ ହୃଦ୍‌ଘାତ ହେବା ପରେ ତାଙ୍କୁ ଉଡ୍‌ଲାଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷାରୁ ଗାଙ୍ଗୁଲିଙ୍କ ୩ଟି ଧମନୀରେ ୯୦% ଅବରୋଧ ଥିବା ଜଣାପଡ଼ିଥିଲା। ତୁରନ୍ତ ଆଞ୍ଜିଓପ୍ଲାଷ୍ଟି କରି ଗୋଟିଏ ଧମନୀରେ ଷ୍ଟେଣ୍ଟ ଲଗାଯାଇଥିବା ବେଳେ ବାକି ଦୁଇଟି ଧମନୀରେ ପରବର୍ତ୍ତୀ ସମୟରେ ଷ୍ଟେଣ୍ଟ ଲଗାଯିବା ନେଇ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗାଙ୍ଗୁଲିଙ୍କୁ ବୁଧବାର ଡାକ୍ତରଖାନାରୁ ଛାଡ଼ ମିିଳିପାରେ ବୋଲି ଚର୍ଚ୍ଚା ହେଉଛି।
ରୂପାଲିଙ୍କ ସୂଚନାନୁଯାୟୀ ଗାଙ୍ଗୁଲିଙ୍କ ଚିକିତ୍ସା ନିମନ୍ତେ ଗଠିତ ୯ଜଣିଆ ଡାକ୍ତରୀ ଦଳର ବୈଠକ ସୋମବାର ସକାଳେ ହୋଇଥିଲା। ଏହି ବୈଠକରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା ହୋଇଥିଲା। ଗାଙ୍ଗୁଲିଙ୍କ ଅବସ୍ଥା ବର୍ତ୍ତମାନ ବେଶ୍‌ ଭଲ ଥିବାରୁ ବାକି ଦୁଇଟି ଧମନୀରେ ଷ୍ଟେଣ୍ଟ କିଛିଦିନ ବିଳମ୍ବରେ ଲଗାଯିବା ସଠିକ୍‌ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକ ସମୟରେ ଗାଙ୍ଗୁଲିଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଥିଲା। ଗାଙ୍ଗୁଲି ଘରକୁ ଫେରିଲେ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଦଳର ନଜର ରହିବ ଏବଂ ସଠିକ୍‌ ସମୟରେ ବାକି ଦୁଇଟି ଧମନୀରେ ଷ୍ଟେଣ୍ଟ ଲଗାଯିବ ବୋଲି ରୂପାଲି ସ୍ପଷ୍ଟ କରି ଦେଇଛନ୍ତି।
ଇତିମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌ ଯୋଗେ ତାଙ୍କ ସହ କଥା ହେବା ସହ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଗାଙ୍ଗୁଲିଙ୍କ ପତ୍ନୀ ଡୋନାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ର ମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁର ଉଡ୍‌ଲାଣ୍ଡ ଡାକ୍ତରଖାନାକୁ ଯାଇ ଗାଙ୍ଗୁଲିଙ୍କୁ ଭେଟିଥିଲେ। ଏ ସଂପର୍କରେ ଅନୁରାଗ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ଗାଙ୍ଗୁଲିଙ୍କ ଅବସ୍ଥା ଭଲ ଥିବା ଦର୍ଶାଇବା ସହ ସେ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories