କେଭି କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ

କଣ୍ଟାବାଞ୍ଜି : ଗଙ୍ଗାଧର ମେହେର ହେଉଛନ୍ତିଏ ମାଟିର ଗର୍ବ ଓ ଗୌରବ। ସେ ଅମୃତ ଓ ଆଲୋକର କବି। ଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ। ଏ ମତ ପ୍ରକାଶ ପାଇଛି କଣ୍ଟାବାଞ୍ଜି ମହାବିଦ୍ୟାଳୟ ସ୍ନାତ କୋତ୍ତୋର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଭାରେ।
ବିଭାଗୀୟ ମୁଖ୍ୟ ଡ ସଞ୍ଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏ ସଭାରେ ଉଦ୍ଘାଘାଟକ ଭାବରେ ମହାବିଦ୍ୟାକୟ ର ଅଧ୍ୟକ୍ଷ ଡ ପଦ୍ମଲୋଚନ ବର୍ମା , ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଡ ଗୋବର୍ଦ୍ଧନ ନାୟକ ପ୍ରାଧ୍ୟାପିକା ପ୍ରଭାସିନୀ ରାଉତରାୟ ଓ ଅଧ୍ୟାପକ ପ୍ରଦ୍ୟୁମ୍ନ ବାଗ ଯୋଗ ଦେଇଥିଲେ । ଉତ୍ସବରେ ଛାତ୍ର ବେଣୁଧର ନାଗ, ଆଲୋକ କରଣ, ଛାତ୍ରୀ ନିହାରିକା କମ୍ପ, ଲଷ୍ମୀପ୍ରିୟା ସାହୁ, ଧନମତି ମାହାର, ଗୁଣ୍ଡିଚା ଭୋଇ, ଅଙ୍କିତା ନାଏକ,ସୁମନ ନାଏକ, ତରଂନୁମ ପରବିକ, ଶୁଭଶ୍ରୀ ବିଶ୍ୱାଳ ପ୍ରମୁଖ ଗଙ୍ଗାଧରଙ୍କ ସାହିତ୍ୟ ଉପରେ ପ୍ରବନ୍ଧ ପାଠ କରିଥିଲେ।
ମୁଖ୍ୟ ଅତିଥି ଡ ନାୟକ ଗଙ୍ଗାଧରଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ।ସଭାପତି ଡ ମିଶ୍ର ସାମ୍ପ୍ରତିକ ଜୀବନରେ ଗଙ୍ଗାଧରଙ୍କା ସାହିତ୍ୟ ଏକ ମହୌଷଧି ବୋଲି ମତ ଦେଇଥିଲେ। ଏ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗଙ୍ଗାଧର ସାହିତ୍ୟ ଗାନ କରାଯାଇଥିଲା।

Comments are closed.