ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଭାଷା ପ୍ରୀତି ଓ ସ୍ବଦେଶ ପ୍ରୀତିର ପଟାନ୍ତର ନାହିଁ
ଢେଙ୍କାନାଳ ସଦର: ସାହିତ୍ୟ ଜଗତରେ ସ୍ୱଭବ କବି ଗଙ୍ଗାଧର ମେହେର ବିରଳ ବ୍ୟତିକ୍ରମ ବୋଲି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲା ଲେଖକ ସଂସଦ ର ପ୍ରାକ୍ତନ ସଭାପତି ତଥା ପ୍ରାକ୍ତନ ନ୍ୟାୟମୂର୍ତ୍ତୀ ଭିକାରୀ ଚରଣ ରାଉତ ମତବ୍ୟକ୍ତ କରିଥିଲେ।
ଢେ଼ଙ୍କାନାଳ ଜିଲା ଲେଖକ ସଂସଦ ଦ୍ୱାରା ଆୟୋଜିତ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସ୍ଥାନୀୟ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ,ବିଧାରପୁର ଠାରେ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କବି ହୃଦୟର ବିକ୍ଷିପ୍ତ ଚିନ୍ତାଧାରା ମଧୁର ଅଭିବ୍ୟକ୍ତିକୁ ଧୂପ, ଦୀପ,ପୁଷ୍ପ ଓ ନୈବେଦ୍ୟ ଭାବେ ଗଙ୍ଗାଧର ମେହେର ସଜାଇ ଦେଇଛନ୍ତି ଅର୍ଘ୍ୟ ଥାଳିରେ।
ସେ ସୁଗନ୍ଧରେ ମହକି ଉଠେ ଓଡ଼ିଆ ସାହିତ୍ୟର ଗନ୍ତାଘର।ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ପ୍ରବଚକ ମାନସରାଜହଂସ ପ୍ରତାପକୁମାରନନ୍ଦ ଓ ପ୍ରବଚକ ମାନସ ସେବକ ଡଃ ପ୍ରମୋଦ କୁମାର ଦାଶ , ବସ୍ତୁବିତ ଡ଼ଃ ପ୍ରମୋଦ କୁମାର ମିଶ୍ର ,ଯୋଗଦାନକରି ସ୍ୱଭବକବି ଗଙ୍ଗାଧରଙ୍କ ସାହିତ୍ୟ କୃତି ବର୍ଣ୍ଣନା କରିବା ସହିତ ସେ ଓଡ଼ିଆ ଜାତିର ନମସ୍ୟ ଥିଲେ ବୋଲି ବର୍ଣ୍ଣନା କରିଥଲେ। ତାଙ୍କର ଭାଷା ପ୍ରୀତି ଓ ସ୍ବଦେଶ ପ୍ରୀତିର ପଟାନ୍ତର ନାହିଁ ବୋଲି କହିଥିଲେ।
ସମ୍ମାନିତ ବକ୍ତା ଭାବେ ପରିବେଶବିତ୍ କବି ହରିହର ସାହୁ, ଥିଙ୍କରସ ଫୋରମର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ସଂସଦ ର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକଏବଂ ବିଧାରପୁର ସରପଞ୍ଚ ଅଜୟ କୁମାର ମହାନ୍ତି ଯୋଗଦାନକାରୀ ଗଙ୍ଗାଧର ଙ୍କ ସହିତ୍ୟକୃତି ସାମାଜିକ ଜୀବନରେ ପରିବର୍ତ୍ତନନର ଭୂମିକା ସମନ୍ଧ ରେ ଆଲୋଚନା କରିଥଲେ।ଜିଲ୍ଲା ଲେଖକ ସଂସଦ ର ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ କବିଙ୍କ ବିଭୁ ପ୍ରୀତି, ମାନବ ପ୍ରୀତି, ଜାତୀୟତା ଓ ପ୍ରକୃତି ପ୍ରାଣତା ନିଦର୍ଶନ ତାଙ୍କର ଅର୍ଘ୍ୟ ଥାଳୀ ପୁସ୍ତକ ଅଣଚାଲିଶିଟି କବିତାର ସମାହାରରେ ଦେଖିବାକୁ ମିଳେ।
ଯାହାକି ସମାଜ ପାଇଁ ଅତୁଳନୀୟ ଦାନ।ଢେ଼ଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସମୀର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ପଣ୍ଡିତ ବିପିନ ବିହାରୀ ଶତପଥି ସଂଯୋଜନାରେ ୩୬ ଜଣ କବି ସ୍ଵଭାଵ କବି ଙ୍କ ଉପରେ ସ୍ଵ ରଚିତ କବିତା ଆବୃତି କରିଥିଲେ।ଏହି ଅବସର ରେ ସରପଂଚ ଅଜୟ କୁମାର ମହାନ୍ତି ଏବଂ ବିଧାର ପୁତ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.