www.samajalive.in
Sunday, December 7, 2025
16.1 C
Bhubaneswar

ଘରେ ଗଙ୍ଗା ଜଳ ରଖିବା ବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ପବିତ୍ର କୁହାଯାଇଛି। ତେଣୁ ଗଙ୍ଗା ନଦୀକୁ ସମସ୍ତେ ଦେବାଦେବୀଙ୍କ ପରି ପୂଜା କରିଥାନ୍ତି। ମାନ୍ୟତା ଅନୁଯାୟୀ, ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ପାପ ନାଶ ହୋଇଥାଏ। ଗଙ୍ଗା ଦେବୀଙ୍କ କୃପାରୁ ବ୍ୟକ୍ତିଙ୍କୁ ସୋଭାଗ୍ୟ ପ୍ରାପ୍ତି ହୋଇଥାଏ। ପ୍ରାଚୀନ ସମୟରେ ରାଜା ଭାଗୀରଥି ମାତା ଗଙ୍ଗାଙ୍କୁ ପୃଥିବୀକୁ ଆଣିବା ପାଇଁ କଠୋର ତପସ୍ୟା କରିଥିଲେ।
ଅଧିକାଂଶ ଲୋକ ନିଜ ଘରେ ଗଙ୍ଗା ଜଳ ରଖିଥାନ୍ତି। ଗଙ୍ଗା ଜଳ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହା ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଘରେ ଗଙ୍ଗା ଜଳ ରଖିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଏହି ଦିଗ ପ୍ରତି ଧ୍ୟାନ ଦେବା ଦ୍ୱାରା ଅନେକ କାର୍ଯ୍ୟରେ ସଫଳତା ମିଳିବା ସହ ପରିବାରର ଉନ୍ନତି ହୋଇଥାଏ।
ଆସନ୍ତୁ ଜାଣିବା ଗଙ୍ଗା ଜଳ ରଖିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ..
ଗଙ୍ଗା ଜଳକୁ ସର୍ବଦା ତମ୍ବା ପାତ୍ର କିମ୍ବା ଚାନ୍ଦିର ପାତ୍ରରେ ରଖିବା ଉଚିତ୍‍। ଅଧିକ ଲୋକ ପ୍ଲାଷ୍ଟିକ ବୋତଲରେ ଗଙ୍ଗା ଜଳ ରଖିଥାନ୍ତି। ଏପରି କରିବା ଅଶୁଭ ଅଟେ।
ଘରର ଯେଉଁ ସ୍ଥାନରେ ଗଙ୍ଗା ଜଳ ରଖୁଛନ୍ତି ସେହି ସ୍ଥାନକୁ ସର୍ବଦା ପରିଷ୍କାର ରଖନ୍ତୁ। ଏହା ପୂଜନୀୟ ତେଣୁ ତା’ର ଆଖପାଖକୁ ସର୍ବଦା ସଫା ରଖିବା ଉଚିତ।
ଯେଉଁ ଘରେ ଗଙ୍ଗା ଜଳ ରଖୁଛନ୍ତି ସେଠାରେ ଆମିଷ ଭୋଜନ କରନ୍ତୁ ନାହିଁ।
ବେଳେବେଳେ ଘରେ ଗଙ୍ଗା ଜଳ ଛିଞ୍ଚନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
ଗଙ୍ଗା ଜଳ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ହାତକୁ ପରିଷ୍କାର କରି ଧୁଅନ୍ତୁ। ତା’ପରେ ମା’ ଗଙ୍ଗାକୁ ଧ୍ୟାନ କରି ଜଳର ବ୍ୟବହାର କରିବା ଉଚିତ।
ଗଙ୍ଗା ଜଳକୁ କେବେ ବି ଅନ୍ଧାର ଘର ଭିତରେ ରଖନ୍ତୁ ନାହିଁ।
ପ୍ରତ୍ୟେକ ଶନିବାର ଦିନ ଗୋଟିଏ ଢାଳରେ ସଫା ପାଣି ରଖି ସେଥିରେ ଅଳ୍ପ ଗଙ୍ଗା ଜଳ ମିଶାନ୍ତୁ। ସେହି ଜଳକୁ ଅଶ୍ୱତ୍ଥ ବୃକ୍ଷ ମୂଳରେ ଚଢାନ୍ତୁ। ଏପରି କରିବା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଦୋଷ ଦୂର ହୋଇଥାଏ।
ଗଙ୍ଗା ଜଳ ପରି ପବିତ୍ର ଜଳକୁ ସର୍ବଦା ଘରର ଐଶାନ୍ୟ କୋଣରେ ରଖିବା ଉଚିତ।
ଏହାକୁ କେବେ ବି ଅଇଁଠା ହାତରେ ଧରନ୍ତୁ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories