ଅଗ୍ରପୂଜ୍ୟଙ୍କ ଆବାହନରେ ଉତ୍ସବ ମୁଖର ପୁରପଲ୍ଲୀ
ଆଠଗଡ: ବିଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁଁ ପ୍ରାୟ ବନ୍ଦ ହୋଇ ଯାଇଥିବା ଗଣେଶ ପୂଜା ଚଳିତ ବର୍ଷ କଟକଣା ଉଠିଯାଇ ଥିବାରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ବେଶ୍ ଧୁମ୍ଧାମରେ ପାଳିତ ହେଉଛି ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକଙ୍କ ଆବାହନରେ ବୁଧବାର ଆଠଗଡର ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଉଠିଛି । ଆଠଗଡ ସହର ଓ ଗ୍ରାମାଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ଗଣେଶ ପୂଜା ବେଶ୍ ଯାକଜମକରେ ପାଳିତ ହୋଇଛି। ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, କନ୍ତୋଲସ୍ଥିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠ, ରାସରସିକପୁର ୟୁଜିୟୁପି ସ୍କୁଲ, ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, କନ୍ତୋଲ ନୋଡାଲ ସ୍କୁଲ, ବୀରକିଶୋରପୁର ପ୍ରାଥମିକ ବିଦ୍ୟାଳୟ, ମହାତ୍ମାଗାନ୍ଧୀ ଇଂଲିଶ ମିଡିୟମ ସ୍କୁଲ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ବାଣୀକଣ୍ଠନଗର ସରସ୍ୱତୀ ଶିଶୁ ମନ୍ଦିର, ରାସରସିକପୁର ସରସ୍ୱତୀ ଶିଶୁ ମନ୍ଦିର, ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା କନିଷ୍ଠ ଓ ଡିଗ୍ରୀ ମହାବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯାଇଥିଲା । ସେହିପରି ଉପଜିଲ୍ଲାପାଳ, ବନଖଣ୍ଡ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।
ଆଠଗଡର ପ୍ରମୁଖ କ୍ଲବ ଗୁଡିକ ମଧ୍ୟରେ ଗୋଲଡେନ କ୍ଲବ, ପଦ୍ମସାହି କ୍ଲବ, ସାରାଆକାଶ କ୍ଲବ, ପ୍ରେଣ୍ଡସ କ୍ଲବ, ମହାବୀର କ୍ଲବ, ମା ମଙ୍ଗଳା କ୍ଲବ ଓ କନ୍ତୋଲ ଯୁବକ ସଂଘ ସମେତ ଅନ୍ୟାନ୍ୟ ସମସ୍ତ କ୍ଲବରେ ମହା ଆଡମ୍ବର ସହକାରେ ଗଣପତିଙ୍କ ଆବାହନ କରାଯାଇଛି । ସାରା ଆକାଶ କ୍ଲବ ସମେତ ଅନ୍ୟ କେତେକ କ୍ଲବରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଥିବା ଦେଖିବାକୁ ମିଳିଛି।
Comments are closed.