www.samajalive.in
Saturday, December 6, 2025
19.1 C
Bhubaneswar

ଦ୍ବିତୀୟ ପର୍ଯ୍ୟାୟରେ ୪୫୦ ଗଣେଶ ମୂର୍ତ୍ତି ବିସର୍ଜନ

କଟକ : ସହରରେ ଗଜାନନଙ୍କ ଦ୍ୱିତୀୟ ପର୍ଯ୍ୟାୟ ଭସାଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ସାଉଣ୍ଡ, ଲାଇଟ ଓ ବିଭିନ୍ନ ପ୍ରକାର ବାଜା ସହ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ନଦୀରେ ବିସର୍ଜନ କରାଯାଇଥିଲା। କଟକ କମିସନରେଟ ଅଞ୍ଚଳର ୪୫୦ରୁ ଊର୍ଦ୍ଧ୍ବ ଗଣେଶ ପ୍ରତିମା ବିସର୍ଜିତ ହୋଇଥିବା ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ ଦେବୀଗଡା ଓ ମହାନଦୀର କାର୍ତ୍ତିକେଶ୍ୱରଗଡାରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏ ନେଇ କ୍ୟାଣ୍ଟନମେଣ୍ଟ ଓ ପୁରୀଘାଟ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ ବ୍ୟବସ୍ଥା କଡାକଡି କରାଯାଇଥିଲା। ଭସାଣକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ଟ୍ରାଫିକ କଟକଣା ଲାଗୁ ହୋଇଥିଲା। ସୁରୁଖୁରୁରେ ଭସାଣ ଉତ୍ସବ ସମ୍ପନ୍ନ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଏହି ବିସର୍ଜନ ଉତ୍ସବରେ କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନଥିବା ଜଣାପଡିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories