www.samajalive.in
Saturday, December 6, 2025
26.1 C
Bhubaneswar

ବାଂଲାଦେଶର ରୋମାଞ୍ଚକର ବିଜୟ

ଆବୁଧାବି : ଚଳିତ ଏସିଆ କପ୍‍ର ସୁପର ଫୋର୍‍ ମ୍ୟାଚରେ ରବିବାର ରୋମାଞ୍ଚକର ବିଜୟ ହାସଲ କରିଛି ବାଂଲାଦେଶ। ଆଫ୍‍ଗାନିସ୍ତାନକୁ ୩ ରନରେ ହରାଇ ବାଂଲାଦେଶ ଫାଇନାଲ ଖେଳିବା ଦୌଡ଼ରେ ରହିପାରିଛି। ୨୬ରେ ହେବାକୁ ଥିବା ବାଂଲାଦେଶ-ପାକିସ୍ତାନ ମ୍ୟାଚ୍‍ର ବିଜେତା ଫାଇନାଲ ଖେଳିବ। ଅନ୍ୟପକ୍ଷରେ କ୍ରମାଗତ ୨ୟ ପରାଜୟ ପରେ ଆଫ୍‍ଗାନିସ୍ତାନ ଫାଇନାଲ ଦୌଡ଼ରୁ ବାଦ୍‍ପଡ଼ିଛି। କ୍ରମାଗତ ୨ୟ ମ୍ୟାଚ୍‍ରେ ଶେଷ ଓଭରରେ ଆଫ୍‍ଗାନିସ୍ତାନ ହାରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଇମ୍‍ରୁଲ କେୟିସ୍‍ ଓ ମହମ୍ମଦୁଲ୍ଲାଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୫୦ ଓଭରରେ ୭ ୱିକେଟ ହରାଇ ୨୪୯ ରନ୍‍ କରିଥିଲା। ପରେ ହସ୍‍ମତୁଲ୍ଲା ସାହିଦିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଆଫ୍‍ଗାନିସ୍ତାନ ୭ ୱିକେଟରେ ୨୪୬ ରନ୍‍ କରି ପାରିଥିଲା।
ଆଫ୍‍ଗାନିସ୍ତାନ ୨୫୦ ରନ୍‍ର ପିଛା କରିଥିବା ବେଳେ ଇହ୍‍ସାନୁଲ୍ଲା ୮ ଓ ରହମତ୍‍ ଶାହା ୧ ରନ୍‍କରି ଆଉଟ ହେବା ବେଳକୁ ଆଫ୍‍ଗାନିସ୍ତାନର ସ୍କୋର ଥିଲା ୨ ୱିକେଟରେ ୨୬ ରନ୍‍। ପରେ ମହମ୍ମଦ ସେହ୍‍ଜାଦ ଓ ହସ୍‍ମତୁଲ୍ଲା ସାହିଦି ୬୩ ରନ୍‍ ଯୋଗ କରିଥିଲେ। ସେହ୍‍ଜାଦ ୮ଟି ଚୌକା ସହ ୫୩ ରନ୍‍କରି ଆଉଟ ହୋଇଥିଲେ। ସାହିଦି ଓ ଅଧିନାୟକ ଅସ୍‍ଗର ଆଫ୍‍ଗାନ ୩ୟ ୱିକେଟ ପାଇଁ ୭୮ ରନ୍‍ ଯୋଡ଼ିଥିଲେ। ଅସ୍‍ଗର ୨ଟି ଚୌକା ସହ ୩୯ ରନ୍‍ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ଅର୍ଦ୍ଧଶତକ ହାସଲ କରିଥିବା ସାହିଦି ୯୯ ବଲ୍‍ରୁ ୫ଟି ଚୌକା ସହ ୭୧ ରନ୍‍ କରିଥିଲେ। ମହମ୍ମଦ ନବି ମାତ୍ର ୨୮ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୮ ରନ୍‍ ମାରିବାରୁ ଆଫ୍‍ଗାନିସ୍ତାନର ବିଜୟ ଆଶା ବଢ଼ିଥିଲା। ସମ୍ମିଉଲ୍ଲା ସେନ୍‍ୱାରି ୨୩ ରନ୍‍ରେ ଅପରାଜିତ ଥିଲେ ହେଁ ଦଳକୁ ଜିତାଇ ପାରିଥିଲେ। ମୁସ୍ତାଫିଜୁର ରେହ୍‍ମାନ ବୋଲିଂ କରିଥିବା ଶେଷ ଓଭରରୁ ୮ ରନ୍‍ ଆବଶ୍ୟକ ଥିବା ବେଳେ ଏହି ଓଭରରେ ମାତ୍ର ୪ ରନ୍‍ ହୋଇଥିଲା ଓ ଗୋଟିଏ ୱିକେଟ ପଡ଼ିଥିଲା। ମୁସ୍ତାଫିଜୁର ଓ ମସ୍ରଫି ମୋର୍ତାଜା ୨ଟି ଲେଖାଏଁ ୱିକେଟ ନେଇଥିଲେ। ମହମ୍ମଦୁଲ୍ଲା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ପ୍ରଥମ ମ୍ୟାଚ୍‍ରେ ଭାରତଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିବା ବାଂଲାଦେଶକୁ ଫାଇନାଲ ଦୌଡ଼ରେ ରହିବା ଲାଗି ଏହି ମ୍ୟାଚ୍‍ ଜିତିବାକୁ ପଡ଼ିବ। ଟସ୍‍ ଜିତି ବାଂଲାଦେଶ ବ୍ୟାଟିଂ ନେଇଥିଲା। ନଜ୍‍ମୁଲ ହୋସେନ୍‍ ୬ ଓ ମହମ୍ମଦ ମିଠୁନ୍‍ ୧ ରନ୍‍କରି ବିଦାୟ ନେଇଥିଲେ। ପରେ ଓପ୍‍ନର ଲିଟନ୍‍ ଦାସ ଓ ଅଭିଜ୍ଞ ମୁସ୍‍ଫିକୁର ରହିମ୍‍ ସ୍କୋର୍‍କୁ ୮୧ ରନ୍‍ରେ ପହଞ୍ଚାଇଥିଲେ। ଲିଟନ୍‍ ଚମତ୍କାର ବ୍ୟାଟିଂକରି ୪୩ ବଲ୍‍ରୁ ୩ଟି ଚୌକା ସହ ୪୧ ରନ୍‍ କରିଥିଲେ। ଏହାସହ ୬ ରନ୍‍ରେ ୩ଟି ୱିକେଟ ହରାଇଥିଲା ବାଂଲାଦେଶ। ସାକିବ୍‍ ଅଲ୍‍ ହାସନ୍‍ ବିନା ସ୍କୋର୍‍ରେ ରନ୍‍ଆଉଟ ହୋଇଥିବା ବେଳେ ଆଉ ଜଣେ ପୂର୍ବତନ ଅଧିନାୟକ ମୁସ୍‍ଫିକୁର ୫୨ ବଲ୍‍ରୁ ୩୩ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଏହି ୨ଟି ରନ୍‍ଆଉଟ ପରେ ବାଂଲାଦେଶ ୮୭ ରନ୍‍ରେ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ତେବେ ପଛରେ ଦଳରେ ଯୋଗ ଦେଇଥିବା ଇମ୍‍ରୁଲ କେୟିସ୍‍ ଓ ମହମ୍ମଦୁଲ୍ଲା ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ୨୫.୩ ଓଭର କ୍ରିଜ୍‍ରେ ରହି ୬ଷ୍ଠ ୱିକେଟ ପାଇଁ ୧୩୪ ରନ୍‍ ଯୋଡ଼ିଥିଲେ। ମହମ୍ମଦୁଲ୍ଲା ୮୧ ବଲ୍‍ରେ ୨ଟି ଛକା ଓ ୩ଟି ଚୌକା ସହ ୭୪ ରନ୍‍ କରିଥିଲେ। ଇମ୍‍ରୁଲ କେୟିସ୍‍ ୮୯ ବଲ୍‍ରୁ ୬ଟି ଚୌକା ସହ ୭୨ ରନ୍‍କରି ଅପରାଜିତ ଥିଲେ। ଆଫ୍‍ତାବ୍‍ ଆଲମ୍‍ ୩ଟି ୱିକେଟ ନେଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories