www.samajalive.in
Saturday, December 6, 2025
26.1 C
Bhubaneswar

୧.୫୧ କୋଟି ଟଙ୍କାରେ ସଜାଯାଇଛି ପ୍ରଭୁ ଗଣେଶଙ୍କ ଏହି ମୂର୍ତ୍ତି

ନୂଆଦିଲ୍ଲୀ : ଅଗଷ୍ଟ ୨୭ରେ ଗଣେଶ ପୂଜା ପାଳନ କରାଯାଇଛି । ଗଣେଶ ମହୋତ୍ସବ ଅର୍ଥାତ୍‌ ଗଣେଶ ଚତୁର୍ଥୀର ଆରମ୍ଭ ହୋଇସାରିଥିବା ବେଳେ ୬ ସେପ୍ଟେମ୍ବରରେ ଏହାର ସମାପନ ହେବ ।
ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ । ଏହା ମଧ୍ୟରେ ଉଦୟପୁର ଉଦୟପୁର ଚା ରାଜା (ଭଗବାନ ଗଣେଶ)ଙ୍କୁ ଟଙ୍କାରେ ସଜା ଯାଇଛି । ଏହା ସଭିଁଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି ।
ରାଜସ୍ଥାନର ଲେକସିଟି ଉଦୟପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାପୁ ବଜାର ସ୍ଥିତ ଶ୍ରୀ ସ୍ୱାସ୍ତିକ ବିନାୟକ ଗଣପତି ମଣ୍ଡଳ ପକ୍ଷରୁ ‘ଉଦୟପୁର ଚା ରାଜା’ଙ୍କ ଭବ୍ୟ ପ୍ରତିମା ସ୍ଥାପିତ କରାଯାଇଛି । ଯାହା ସହରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।
ଚଳିତ ବର୍ଷର ପ୍ରଭୁ ଗଣେଶଙ୍କ ସାଜସଜ୍ଜା ଖୁବ୍‌ ଖାସ୍‌ । କାରଣ ମଙ୍ଗଳବାର ରାତିରେ ପ୍ରଭୁ ଗଣେଶଙ୍କୁ ୧ କୋଟି ୫୧ ଲକ୍ଷ ଟଙ୍କା ନୋଟ୍‌ରେ ସଜା ଯାଇଛି । ଭଗବାନ ଗଣେଶଙ୍କର ୧୭ ଫୁଟ ଉଚ୍ଚ ପ୍ରତିମାକୁ ୫୦,୧୦୦,୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ରେ ସଜା ଯାଇଛି ।


ପ୍ରଭୁଙ୍କର ଏହି ବିଶେଷ ସାଜସଜ୍ଜା ପାଇଁ ମୁମ୍ବାଇରୁ ୮ ଜଣିଆ ବିଶେଷ ଟିମ୍‌ ପାଞ୍ଚ ଦିନ ଧରି ଲଗାତାର କାମ କରିଥିଲେ ।
ପ୍ରଭୁଙ୍କର ଏହି ସାଜସଜ୍ଜା ଦେଖି ଶ୍ରଦ୍ଧାଳୁ ମୁଗ୍ଧ ହୋଇ ଯାଇଥିଲେ । ଗତ ୨୪ ବର୍ଷ ଧରି ଏଠାରେ ଗଣେଶ ମହୋତ୍ସବ ପାଳନ କରାଯାଉଥିବା ବେଳେ ଗତ ୮ ବର୍ଷ ଧରି ଟଙ୍କାରେ ସଜା ଯାଉଥିବା ପରମ୍ପରାର ପାଳନ କରାଯାଉଛି ।
ପ୍ରଥମ ଥର ୫ ଲକ୍ଷ ୫୫ ହଜାର ୫୫୫ ଟଙ୍କାରୁ ଏହା ଆରମ୍ଭ ହୋଇଥିଲା । ପରେ ୭ ଲକ୍ଷ ୭୭ ହଜାର ୭୭୭,୧୧ ଲକ୍ଷ ୧୧ ହଜାର ୧୧୧ ହୋଇ ଏବେ ୧.୫୧ କୋଟି ପର୍ଯ୍ୟନ୍ତ ପହଞ୍ଚିଛି । ମଣ୍ଡଳ କର୍ମକର୍ତ୍ତା କହିଛନ୍ତି, ଏହି ଟଙ୍କାକୁ ୩୦ ଜଣ କର୍ମଚାରୀଙ୍କ ଦ୍ୱାରା ଏକତ୍ରିତ କରାଯିବା ପରେ ଆୟୋଜନ ଶେଷ ହେବା ପରେ ଟଙ୍କା ଫେରସ୍ତ କରାଯାଏ ।
ଉଦୟପୁର ଚା ରାଜାଙ୍କର ଭବ୍ୟତା ଚଳିତ ବର୍ଷ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଶ୍ରଦ୍ଧାଳୁଙ୍କ କହିବାନୁସାରେ ମୁମ୍ବାଇର ‘ଲାଲବାଗର ରାଜା’ ଓ ‘ଉଦୟପୁର ଚା ରାଜା’ ଗଣପତିଙ୍କର ଏହି ସାଜସଜ୍ଜା କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ ବରଂ ସାମାଜିକ ଏକତା ଓ ଭକ୍ତିର ଉଦାହରଣ ମଧ୍ୟ ।

ଶନି-ବୃହସ୍ପତିଙ୍କ ଦୁର୍ଲ୍ଲଭ ଯୋଗ: ଏହି ୩ ରାଶିଙ୍କ ଭର୍ତ୍ତି ହେବ ଆଲମିରା, ମିଳିବ ଧନ ଠାରୁ ଆରମ୍ଭ କରି ବୈବାହିକ ସୁଖ, ସଫଳତା..

- Advertisement -

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories