www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଉଜାଡି ଦେଲା ଗଣେଶ ପୂଜା ମୂର୍ତ୍ତି ବେପାର

ସୁଆଣ୍ଡୋ : ଆଉ ମାତ୍ର କେତେଟା ଦିନ ପରେ ଗଣେଶ ପୂଜା । ବିଦ୍ୟାଳୟ, ମହାବିଦ୍ୟାଳୟଠାରୁ ଆରମ୍ଭ କରି ଯୁବକସଂଘ, କ୍ଲବ, ସାହିଛକ, ବଜାର, ଗଳିକନ୍ଦି ତଥା ଘରେ ଘରେ ଗଣେଶ ପୂଜା କରାଯିବ । ଏହାକୁ ନଜରରେ ରଖି ମୂର୍ତ୍ତି କାରିଗରମାନେ ଚାରିମାସ ଆଗରୁ ପ୍ରସ୍ତୁତ ହୋଇ କାମ ଆରମ୍ଭ କରିଥିଲେ । ଦୁଇ ବର୍ଷ ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରୋନା କଟକଣା ଯୋଗୁ ମୂର୍ତ୍ତି କାରିଗରମାନଙ୍କ ଜୀବୀକା ଉଜୁଡି ଗଲାଣି । ସତ୍ୟବାଦୀ ଥାନା ଅନ୍ତର୍ଗତ ଭୀମଦାସପୁର, ସାରଙ୍ଗଯୋଡି, ଦାସପାଟଣା, ରଘୁରାଜପୁର ଆଦି ଗ୍ରାମର ମୂର୍ତ୍ତି କାରିଗରମାନେ ସରସ୍ବତୀ, ଖୁଦୁରୁକୁଣି, ବୁଧେଇଓଷା, ଗଣେଶ ପୂଜା, ବିଶ୍ବକର୍ମାଙ୍କ ପାଇଁ ମୂର୍ତ୍ତି ତିଆରି କରି ଗରାଖଙ୍କୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ଗଣେଶପୂଜା ପାଖେଇ ଆସିଲାଣି । କାରିଗର ମୂର୍ତ୍ତିଗୁଡିକରେ ରଙ୍ଗ କାମ ସାରି ହାତବାନ୍ଧି ବସିଛନ୍ତି । ଯେଉଁଠି ଗଣେଶଙ୍କ ମୂର୍ତ୍ତି ବସାଯାଇ ଜାକଜମକରେ ପୂଜା ହେଉଥିଲା ସେ ସବୁ ସ୍ଥାନରେ ଫଟୋ ବା ଛୋଟିଆ ମୂର୍ତ୍ତିଟିଏ କିଣିନେଇ ଲୋକମାନେ ବିଧିରକ୍ଷା ପୂର୍ବକ ପୂଜା କରୁଥିବା ଜଣାପଡ଼ିଛି। ଗରାଖଙ୍କୁ ଚାତକ ଭଳି ଚାହିଁ ରହିଥିବା ସାଧୁଚରଣ ମୁଦୁଲି, ଇଶ୍ୱର ମହାରଣା ପ୍ରମୁଖ କାରିଗର ଦୁଃଖର ସହ କହନ୍ତି ଆମ ବେଉସା କରୋନା ଉଜାଡି ଦେଲା ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories