www.samajalive.in
Monday, December 8, 2025
14.1 C
Bhubaneswar

ବାସ୍ତୁ ଦୋଷ ଦୂର ପାଇଁ ଭଗବାନ ଗଣେଶଙ୍କୁ କରନ୍ତୁ ପୂଜା

ଅନେକ ସମୟରେ ଘରେ କଳହ ତଥା ଅଶାନ୍ତି ଦେଖା ଦେଇଥାଏ। ପରସ୍ପର ମଧ୍ୟରେ କଳି ଝଗଡା ଲାଗି ରହିବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏହା ବାସ୍ତୁ ଦୋଷରୁ ହୋଇଥାଏ ବୋଲି କେହି କେହି ଚିନ୍ତା କରଥାନ୍ତି।

 

- Advertisement -

ଜ୍ୟୋର୍ତିବିତଙ୍କ ମତ ଅନୁସାରେ ଗଣେଶ ଭଗବାନଙ୍କୁ ଘରେ ସ୍ଥାପନା କରି ପୂଜା କରିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ। କିନ୍ତୁ ଘରର କେଉଁ ସ୍ଥାନରେ ଗଣେଶ ଭଗବାନଙ୍କ ମୂର୍ତ୍ତି ରଖିବେ ଏବଂ କେଉଁ ବିଧି ଅନୁସାରେ ପୂଜା କରିବା ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ।

୧. ପୂଜା ସ୍ଥାନରେ ଏକାଧିକ ଗଣେଶ ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ।
୨. ବାମ ପଟକୁ ଶୁଣ୍ଢ ଥିବା ଗଣେଶ ମୁର୍ତ୍ତି ଘରେ ରଖନ୍ତୁ।
୩. ୧୨ ଆଙ୍ଗୁଳି ଉଚ୍ଚତା ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଘରେ ରଖନ୍ତୁ ନାହିଁ।
୪. ପିତ ବର୍ଣ୍ଣର ମୂର୍ତ୍ତି ଘରେ ରଖିବା ସବୁଠୁ ଉତ୍ତମ ଅଟେ।
୫. କେବେ ବି ଗଣେଶଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ ନାହିଁ।

ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ କିପରି ମୂର୍ତ୍ତି ରଖିବେ

୧. ପିଲାଙ୍କ ପାଠ ଘରେ ହଳଦିଆ ବା ଫିକା ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ।
୨. ବେଡ୍ ରୁମରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ।
୩. ଘରର ମୁଖ୍ୟ ଦ୍ବାରର ଭିତର ପଟରେ ଗଣେଶ ଫୋଟ ଲଗାନ୍ତୁ।
୪. ପୂଜା ସ୍ଥାନରେ ହଳଦିଆ ରଙ୍ଗର ଗଣେଶ ପ୍ରତିମା ରଖି ପୂଜା କରନ୍ତୁ।
୫. ପ୍ରତିଦିନ ସକାଳେ ଗଣେଶଙ୍କୁ କ୍ଷୀର ଅର୍ପଣ କରନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories