www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ଚନ୍ଦ୍ରଶେଖରପୁର ନାଲ୍‍କୋ ଛକସ୍ଥିତ ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପିସିସି କାର୍ଯ୍ୟାଳୟ ଠାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ଏହାପରେ ରାହୁଲ ଗାନ୍ଧୀଙ୍କ ଉପରେ ଉତରପ୍ରଦେଶ ଠାରେ ହୋଇଥିବା ଯୋଗୀ ସରକାର ପ୍ରାୟୋଜିତ ବର୍ବୋରୋଚିତ ଆକ୍ରମଣ ପ୍ରତିବାଦରେ ଏକ ବିରାଟ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ଅମୀୟ ପାଣ୍ଡବ, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ରଜନୀ ମହାନ୍ତି, ରସିକଚାନ୍ଦ ପଟ୍ଟନାୟକ, ବିଶ୍ୱଜିତ ଦାସ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, କନକଲତା ମଲ୍ଲିକ, ଲିଙ୍ଗରାଜ ସାହୁ, ଦୀପକ ମହାପାତ୍ର, କୈଳାସ ସାହୁ, ଆଲୋକ ମହାନ୍ତି, ମନୋରଞ୍ଜନ ରାଉତରାୟ, ସଞ୍ଜୟ ମିଶ୍ର, ସଂକୁନା କହଁର, ମହମ୍ମଦ ଶାହାଦୁଲ୍ଲା, ରାଜକିଶୋର ବାରିକ, ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରଦୀପ ସ୍ୱାଇଁ, ବୁନା ମହାନ୍ତି, ଚିଂଟୁ ଦାସ, ତାପସ ସେଠୀ, ମନୋରଞ୍ଜନ କୁଣ୍ଡୁ, ଅଜୟ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories