www.samajalive.in
Tuesday, December 9, 2025
16.1 C
Bhubaneswar

ଗାନ୍ଧୀ ଜୟନ୍ତୀରୁ ସମ୍ବିଧାନ ଦିବସ ପର୍ଯ୍ୟନ୍ତ ଲୋକତନ୍ତ୍ରର ସୁରକ୍ଷା ପାଇଁ ସତ୍ୟାଗ୍ରହ

ଭୁବନେଶ୍ୱର : ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧିଙ୍କ ଜନ୍ମ ଦିବସରେ ରାଷ୍ଟ୍ରବ୍ୟାପୀ ସତ୍ୟାଗ୍ରହ ଜରିଆରେ ବିଭିନ୍ନ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି ଦେଶର ଲୋକତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ। କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଶାସନ ତାନାଶାହୀ ହୋଇ ଆଦିବାସୀ, ଦଳିତ, ଚାଷୀ ଓ ଶ୍ରମିକମାନଙ୍କ ବିରୋଧରେ ଅଗଣତାନ୍ତ୍ରିକ ଆଇନ କରିଚାଲିଛି। କୁଶାସନ, ଜନବିରୋଧୀ ନୀତି, ସାମ୍ପ୍ରଦାୟିକ ରାଜନୀତି, କମ୍ପାନୀ କରଣ ଅର୍ଥନୀତି ବିରୋଧରେ ଗଣତାନ୍ତ୍ରିକ ପ୍ରତିବାଦକୁ ଦମନ କରିବା ପାଇଁ ପୋଲିସ ବାହିନୀକୁ ବ୍ୟବହାର କରାଯାଉଛି। ଭିନ୍ନ ମତକୁ ସହ୍ୟ କରିବାକୁ ବିଜେପି ଶାସନ ପ୍ରସ୍ତୁତ ନୁହଁ। ନିର୍ଦ୍ଦୋଷ ବୁଦ୍ଧିଜୀବୀ, ମାନବିକ ଅଧିକାର କର୍ମୀ ଓ କର୍ମକର୍ତ୍ତାଙ୍କ ସହ ସାମାଜିକ କର୍ମୀମାନଙ୍କୁ ଜେଲରେ ରଖାଯାଉଛି। କହିବା, ପ୍ରଶ୍ନ କରିବା ଅଧିକାରକୁ କାୟମ ରଖିବାକୁ ଓ ବିରୋଧୀଙ୍କ ମାନବିକ ଅଧିକାରର ସୁରକ୍ଷା ପାଇଁ ‘We the people of India’ ତରଫରୁ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ରାଜ୍ୟରେ ପ୍ରତିବାଦର କାର୍ଯ୍ୟକ୍ରମ ସ୍ୱରୂପ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଗାନ୍ଧିମୂର୍ତ୍ତି ନିକଟରେ ଗଣଧାରଣା ଦିଆଯାଇଛି। ଏହି ଗଣଧାରଣାରେ ବିଭିନ୍ନ ଗଣ ସଂଗଠନର କର୍ମକର୍ତ୍ତା, ସାମାଜିକ, ରାଜନୈତିକ କର୍ମକର୍ତ୍ତାଙ୍କ ସମତେ ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି।

ଆଜିର ଆହ୍ୱାନ : ଗଣତନ୍ତ୍ରର ସୁରକ୍ଷା ସହ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯାଉ! ଜନ ସାଧାରଣ ନିର୍ଭୀକ ହୁଅ! ଲୋକତନ୍ତ୍ର ବଞ୍ଚାଅ ଅଭିଯାନରେ ସାମିଲ ହୁଅ! ସମ୍ବିଧାନକୁ ସରକାର ସମ୍ମାନ ଦେଉ!
ଆମର ଦାବି : ମିଥ୍ୟା ମାମଲାରେ ଥିବା ଆନ୍ଦୋଳନ କର୍ମୀ ଓ ରାଜନୈତିକ ବନ୍ଦୀମାନଙ୍କୁ ନିଃସର୍ତ୍ତ ଖଲାସ କର, ଦିଲ୍ଳୀ ପୋଲିସ୍‍ ଦ୍ୱାରା ମିଥ୍ୟା ଚାର୍ଜସିଟ୍‍କୁ ପ୍ରତ୍ୟାହାର କରାଯାଉ, କୃଷକ ଶ୍ରମିକ ବିରୋଧୀ ଆଇନ୍‍ଗୁଡ଼ିକୁ ପ୍ରତ୍ୟାହାର କରାଯାଉ, ନୂତନ ଶିକ୍ଷାନୀତି-୨୦୨୦ ବଦଳରେ ଘରୋଇକରଣମୁକ୍ତ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ, ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେଉ ଏବଂ ପ୍ରାକୃତିକ ସମ୍ପଦ ଓ ରାଷ୍ଟ୍ରାୟତ୍ତ ସମ୍ପତ୍ତିର ଘରୋଇକରଣ ବନ୍ଦ କରାଯାଉ।
ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ (NAPM)ର ରାଷ୍ଟ୍ରୀୟ ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରା ୧୨ ଘଣ୍ଟିଆ ଉପବାସ ରଖି ଏହି ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ଏହି ସତ୍ୟାଗ୍ରହରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ବାମପନ୍ଥୀ ତଥା କୃଷକ ସଂଗଠନ ତରଫରୁ ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ଜୟନ୍ତ ଦାସ, ଜ୍ୟୋତିରଞ୍ଜନ ମହାପାତ୍ର, ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ, ଅଭିରାମ ବେହେରା, ପ୍ରମୋଦିନୀ ସାହୁ, ଯତୀନ ମହାନ୍ତି, ସ୍ତମ୍ଭକାର ସତୀଶ ମିଶ୍ର, କଂଗ୍ରେସ ନେତା ଅମିୟ ପାଣ୍ଡବ, ଆମ୍‍ ଆଦ୍‍ମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ସାମାଜିକ କର୍ମୀ ତପନ ନାୟକ, ସମାଜବାଦୀ ପାର୍ଟିର ସୁଦର୍ଶନ ଦାସ, ସାମାଜିକ କର୍ମୀ ଭୁବନ ଚାନ୍ଦ ହାତୀ, ବିଶ୍ୱଭୂଷଣ ମହାପାତ୍ର, ଛାତ୍ରନେତା ରାଜେଶ ମଲ୍ଲିକ, ସସ୍ମିତା ଜେନା, ଅଭିମନ୍ୟୁ ବିଶ୍ୱାଳ, ଅନନ୍ତ କୁମାର ମହାନ୍ତି, ସାମାଜିକ କର୍ମୀ ମଧୁସୂଦନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ରାଉତ, ସନାତନ ପାତ୍ର, ଭାଗିରଥୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହରେ ସାମିଲ ହୋଇଥିବା ବେଳେ ‘ଆମେ ଭାରତବାସୀ’ର ସଂଯୋଜକ ମାନସ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories