www.samajalive.in
Monday, December 8, 2025
24.1 C
Bhubaneswar

ସତ୍ୟବାଦୀରେ ଗଜଲକ୍ଷ୍ମୀ ପୂଜା

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ଅଧୀନ ବିଭିନ୍ନ ଗାଁ ଗହଳି ସହିତ ବଜାର ଆଦି ସ୍ଥାନ ଗୁଡିକରେ କୁମାରପୂର୍ଣ୍ଣିମା ସହିତ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ ଗୁଡିକରେ ପୂର୍ଣ୍ଣିମାର ସନ୍ଧ୍ୟାରେ ନୂତନ ପୋଷାକ ପରିଧାନ କରି କୁମାରୀମାନଙ୍କ ମଧ୍ୟରେ ନାଚ, ଗୀତ, ବାଦ୍ୟର ଆସର ଜମିଥିଲା। ଗଜଲକ୍ଷ୍ମୀଙ୍କ ପାଖରେ ସକାଳେ ବାଳଭୋଗ ଦ୍ୱିପ୍ରହର ଧୂପ ରାତିରେ ଅନ୍ନ, ଡାଲି, ବେସର, କ୍ଷୀରି, ମିଠା ଆଦି ଭୋଗ କରାଯାଇଛି। କେତେକ ମଣ୍ଡପ ନିକଟରେ ସଙ୍ଗୀତ ଆସର ମଧ୍ୟ କରାଯାଉ ଥିବାର ଦେଖିବାକୁ ମିଳିଛି। ବ୍ରାହ୍ମଣଙ୍କ ଦ୍ୱାରା ପୂଜା ମଣ୍ଡପରେ ବିରାଜମାନ କରିଥିବା ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଉଛି। ସନ୍ଧ୍ୟାବେଳକୁ ଲୋକ ଗହଳି ଲାଗିରହୁଛି। ଦୂର୍ଗାପୂଜା ସରିବା ପରେ ପରେ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବକୁ ସମସ୍ତେ ମନଭରି ଉପଭୋଗ କରୁଥିବାର ଦେଖାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories