www.samajalive.in
Monday, December 8, 2025
16.1 C
Bhubaneswar

ଶରୀର ପାଇଁ ଉପକାରୀ ପୁଦିନା ପତ୍ର

ଶରୀର ପାଇଁ ତୁଳସୀ ଯେପରି ଏକ ବରଦାନ ଅଟେ ସେହିପରି ପୁଦିନା ମଧ୍ୟ ଉପକାରୀ। ପୁଦିନା ପତ୍ରକୁ ସାଧାରଣତଃ ଆମେ ଚଟଣି ପାଇଁ ବ୍ୟବହାର କରିଥାଉ। ଏହା ପାଟିକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ। ପୁଦିନା ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଆସନ୍ତୁ ଜାଣିବା ପୁଦିନା ପତ୍ରରେ ଥିବା ଔଷଧୀୟ ଗୁଣ ବିଷୟରେ ..
ଅଳ୍ପ ପୁଦିନା ପତ୍ର ବାଟି ସେଥିରେ ଭଜା ଜିରା, ଲେମ୍ବୁ ରସ ଓ ଲୁଣ ମିଶାନ୍ତୁ। ସେହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ମିଶାଇ ପ୍ରତିଦିନ ସକାଳୁ ଖାଲିପେଟରେ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା, ବଦହଜମି, ଆମ୍ବିଳା ହାକୁଟି ଓ କୋଷ୍ଠ କାଠିନ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।
ବାରମ୍ବାର ହାକୁଟି ହେଉଥିଲେ କିମ୍ବା ହାକୁଟି ବନ୍ଦ ନ ହେଉଥିଲେ ୧୦-୧୫ଟି ପୁଦିନା ପତ୍ର ଚୋବାଇ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ସମୟ ମଧ୍ୟରେ ହାକୁଟି ବନ୍ଦ ହୋଇଯିବ।ପୁଦିନା ପତ୍ର ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିଥାଏ। ପୁଦିନା ପତ୍ରକୁ ଖାଦ୍ୟରେ ବ୍ୟବହାର କରିପାରିବେ କିମ୍ବା ଖାଦ୍ୟ ଖାଇ ସାରିବା ପରେ ୨ରୁ ୩ଟି ପୁଦିନା ପତ୍ର ଚୋବାନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ।
ପାଟିରୁ ଦୁଗର୍ନ୍ଧ ବାହାରୁ ଥିଲେ ପୁଦିନା ପତ୍ର ଏକ ଔଷଧ ପରି କାମ ଦେଇଥାଏ। ପ୍ରତିଦିନ ଖାଲିପେଟରେ ସକାଳୁ ୮ରୁ ୧୦ଟି ପୁଦିନା ପତ୍ର ଚୋବାନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ମଧ୍ୟରେ ପାଟି ଦୁର୍ଗନ୍ଧରୁ ଉପଶମ ମିଳିବ।
ବାନ୍ତି କମୁ ନଥିଲେ ପୁଦିନା ପତ୍ରକୁ ବାଟି ପିଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ।
ପେଟ ଯନ୍ତ୍ରଣା ହେଉଥିଲେ ପୁଦିନା ପତ୍ର ସହ ଜିରା, ଗୋଲମରିଚ ଓ ହେଙ୍ଗୁ ମିଶାଇ ବାଟି ପିଇବା ଦ୍ୱାରା ଆଶ୍ୱସ୍ତି ମିଳିଥାଏ।
ଖରାଦିନେ ମୁହଁ ଓ ଶରୀର ଜଳାପୋଡା ହେଉଥିଲେ ପୁଦିନା ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ଏଥିରୁ ରକ୍ଷା ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories