www.samajalive.in
Monday, December 8, 2025
24.1 C
Bhubaneswar

‘ଗଦର୍ ୨’ ପ୍ରଶଂସକଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମା ଅଫର୍‌; ମାଗଣା ମିଳିବ ୨ଟି ଟିକେଟ୍‌

ମୁମ୍ବଇ: ସନ୍ନି ଦେଓଲଙ୍କ ‘ଗଦର୍ ୨’ ବକ୍ସ ଅଫିସ୍‌ରେ ସଫଳ ସାବ୍ୟସ୍ତ ହୋଇଛି। ଏହା ଦ୍ରୁତତମ ଆୟ କରିବାର ରେକର୍ଡ ସୃଷ୍ଟି କରିଛି। ୪୫୦ କୋଟି ଟଙ୍କାର ବ୍ୟବସାୟ ସହିତ ଏହା ଭାରତୀୟ ସିନେମା ଇତିହାସରେ ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ଫିଲ୍ମ ରିଲିଜ୍‌ ହେବା ଦିନରୁ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ଏବଂ ଏହା ଥମିବାର ନାଁ ନେଉନାହିଁ।  ‘ଗଦର୍ ୨’କୁ ପ୍ରଶଂସକ ଜବରଦସ୍ତ ଓ ନିରନ୍ତର ଭଲପାଇବା ଦେଇଥିବାରୁ ନିର୍ମାତା ରକ୍ଷା ବନ୍ଧନ ଅବସରରେ ସେମାନଙ୍କୁ ବିଶେଷ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଚଳଚ୍ଚିତ୍ରରେ ପରିବାରର ଭଲପାଇବା ଓ ଶକ୍ତି ପ୍ରଦର୍ଶିତ ହୋଇଛି। ତେଣୁ ‘ଗଦର ୨’ର ପାରିବାରିକ ଉତ୍ସବ ପାଳନ ପାଇଁ ନିର୍ମାତା ରକ୍ଷାବନ୍ଧନ ଅବସରରେ ଏକ ବିଶେଷ ଉପହାର ଘୋଷଣା କରିଛନ୍ତି। ସିନେପ୍ରେମୀ ୨ଟି ଟିକେଟ୍‌ କିଣି ଆଉ ୨ଟି ମାଗଣା ପାଇପାରିବେ। ଏହି ଅଫର୍ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରହିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ନିର୍ମାତା-ନିର୍ଦ୍ଦେଶକ ଅନିଲ ଶର୍ମା ନିର୍ଦ୍ଦେଶିତ ତଥା ଜୀ ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅମିଶା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories