ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର
ଭୁବନେଶ୍ବର : ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ୧୪ କିଲୋ ୨ଶହ ଗ୍ରାମ ସିଲିଣ୍ଡର ଉପରେ ଏହି ରିଆତି ଲାଗୁହେବ। ପୂର୍ବରୁ ହିତାଧିକାରୀମାନେ ୨ଶହ ଟଙ୍କାର ରିଆତି ପାଉଥିଲେ। ଏବେ ଅତିରିକ୍ତ ୨ଶହ ଟଙ୍କାର ରିଆତି ପାଇବେ। ମୋଟ ୪୦୦ ଟଙ୍କାର ରିଆତି ଏଣିକି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ବଡ଼ ଘୋଷଣା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୧୬ ମସିହାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।
Comments are closed.