www.samajalive.in
Saturday, December 6, 2025
19.1 C
Bhubaneswar

ଆତିଥ୍ୟ ଶିଳ୍ପକୁ ପ୍ରୋତ୍ସାହନ ନେଇ ଇ-କନକ୍ଳେଭରେ ମତ ରଖିଲେ ଓୟୋ ରୁମର ପ୍ରତିଷ୍ଠାତା ରିତେଶ

ସମାଜ ପୋର୍ଟାଲ ଡେସ୍କ: ସାରା ଦେଶରେ ଲକ ଡାଉନର ତୃତୀୟ ପର୍ଯ୍ୟାୟ ଅବଧି ଶେଷ ହେବା ପରେ ଚତୁର୍ଥ ପର୍ଯ୍ୟାୟ ଅବଧି ଆରମ୍ଭ ହେବାକୁ ଯାଉଛି କିନ୍ତୁ ଦେଶର ଅର୍ଥନୀତିରେ ସକ୍ରିୟ ଯୋଗଦାନ ଦେଉଥିବା ଅନେକ କ୍ଷେତ୍ର ଲକ ଡାଉନ ପରିସ୍ଥିତିରୁ ବାହାରି ପାରିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୃହତ ପ୍ୟାକେଜ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମଏସଏମଇ କ୍ଷେତ୍ର ଠାରୁ ଆରମ୍ଭ କରି ଶିକ୍ଷା, ବାଣିଜ୍ୟ, ପୁଞ୍ଜି ଓ ଶିଳ୍ପ ବିନିଯୋଗ କ୍ଷେତ୍ର ପାଇଁ ଅର୍ଥ ଆବଣ୍ଟନ କରିଛନ୍ତି ତେବେ ପର୍ଯ୍ୟଟନ ଶିଳ୍ପ ଓ ଏଠି ସହ ପ୍ରତ୍ୟେକ୍ଷ ଭାବେ ଜଡିତ ହୋଟେଲ ଶିଳ୍ପର ଭବିଷ୍ୟତ ନେଇ ପ୍ରଶ୍ନ କରିଛନ୍ତି ଓୟୋ ରୁମର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ।

ଆଜି ଇଣ୍ଡିଆ ଟୁଡ଼େ ଟିଭି ପକ୍ଷରୁ ଆୟୋଜିତ ଜମ୍ପଷ୍ଟାର୍ଟ ଇଣ୍ଡିଆ ଅନ୍ତର୍ଗତ ଇ-କନକ୍ଳେଭରେ ଦେଶର ବଛା ବଛା ଶିଳ୍ପପତିମାନେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପ୍ରଶ୍ନ କରିଥିଲେ। ଓୟୋ ରୁମର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ ଗଡ଼କରୀଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଶ୍ନ କରିଥିଲେ ଯେ ଲକ ଡାଉନ ସମୟରେ ଆତିଥ୍ୟ କ୍ଷେତ୍ର ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ସେ କ୍ଷେତ୍ରରେ ଛୋଟ ହୋଟେଲ ମାଲିକ ଏବଂ ଷ୍ଟାର୍ଟ ଅପମାନଙ୍କୁ ଏମଏସଏମଇ ଭାବରେ ବିଚାର କରିବାକୁ ମଧ୍ୟ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଆମେ ସରଭାଇଭାଲ ଟୁ ରିଭାଇଭାଲ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଉଚିତ ଏବଂ ଏହାକୁ ବ୍ୟର୍ଥ ହେବାକୁ ଦିଆଯିବ ଉଚିତ ନୁହେଁ। ନିତିନ ଗଡକରୀ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ ଆତିଥ୍ୟ କ୍ଷେତ୍ରରେ ବହୁ ସଂଖ୍ୟକ ମହିଳା ନିଯୁକ୍ତି ପାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ଗୁରୁତର ସହ ବିଚାର କରାଯିବ।

- Advertisement -

https://youtu.be/xSDgUEAwulI

ଆଜିର ଆଲୋଚନାରେ ସର୍ବ କନିଷ୍ଠ ଶିଳ୍ପପତି ଭାବେ ଯୋଗ ଦେଇଥିଲେ ଓୟୋ ରୁମର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ। ସେ ପ୍ରଥମେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି କହିଥିଲେ ଯେ ଭାରତରେ କରୋନା ଭାଇରସ୍ ପ୍ରଭାବରେ ଆମ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି। ବିମାନ ଚଳାଚଳ ବନ୍ଦ ହୋଇଗଲା, ସମଗ୍ର ଦେଶରେ ହୋଟେଲ ବନ୍ଦ ହୋଇଗଲା କିନ୍ତୁ ଆମେ କ୍ୱାରେଣ୍ଟିନ, ଆଇସୋଲେସନ ଏବଂ ଲକ ଡାଉନ ଯୋଗୁ ଅଟକି ରହିଥିବା ଲୋକମାନଙ୍କୁ ସାହାଯ୍ୟ କରିଛୁ। ଏମିତି କେତେ ଜଣ ଛୋଟ ଛୋଟ ହୋଟେଲ ମାଲିକ ଦୈନିକ ୫ ଶହ ଲୋକଙ୍କୁ ମାଗଣା ଭୋଜନ ସହ ରହିବା ବ୍ୟବସ୍ଥା ମଧ୍ୟ କରିଛନ୍ତି। ସମସ୍ତଙ୍କ ତରଫରୁ ରିତେଶ ଏମଏସଏମଇ କ୍ଷେତ୍ରରେ ଲିକ୍ୱିଡିଟି ଘୋଷଣା ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ସେ ତିନୋଟି ନିବେଦନ ଉପସ୍ଥାପନ କରିଥିଲେ।

ସେ କହିଥିଲେ ଯେ ଛୋଟ ଛୋଟ ହୋଟେଲ ମାଲିକ ଯେଉଁମାନେ ବର୍ଷ ବର୍ଷ ଧରି ଏହି ବ୍ୟବସାୟରେ ଅଛନ୍ତି କିନ୍ତୁ ଏମଏସଏମଇରେ ସାମିଲ ହୋଇ ନାହାନ୍ତି ସେମାନଙ୍କ କମ ପୁଞ୍ଜି ବିନିଯୋଗ, ବ୍ୟବସାୟ ସମୟ ସୀମା ଓ କାରବାର ସତ୍ୱେ ସେମାନଙ୍କୁ ଏମଏସଏମଇ ମାନ୍ୟତା ଦିଆଯାଉ। ଦ୍ଵିତୀୟରେ ସେ କହିଥିଲେ ଯେ ସେ ବହୁତ ଖୁସି ଯେ ୬ ବର୍ଷ ପୂର୍ବରୁ ଆମେ ଆରମ୍ଭ କରିଥିବା ଷ୍ଟାର୍ଟଅପ ଧୀରେ ଧୀରେ ବିସ୍ତାର ଲାଭ କରିଛି। ତେଣୁ ଛୋଟ ଷ୍ଟାର୍ଟଅପକୁ ଏମଏସଏମଇ ମାନ୍ୟତା ମିଳିବ ଆବଶ୍ୟକ ଯାହା ଫଳରେ ଅଢିଲା ଫାଇଦା ମିଳିପାରିବ। ରିତେଶ ତୃତୀୟ ନିବେଦନ ଉପସ୍ଥାପନ କରି କହିଥିଲେ ଯେ ଯଦି ବଡ ବଡ ହୋଟେଲଗୁଡିକୁ ସମସ୍ତ ସୁରକ୍ଷାଗତ ନିୟମ ସହ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ତାହା ଫଳପ୍ରଦ ହେବ।

ଏହାର ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ। ସେ କହିଥିଲେ ଏହା ସତ୍ୟ ଯେ ଆମେ ପ୍ରଥମେ ନିର୍ମାଣ ଏବଂ ସେବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଛୁ କିନ୍ତୁ ଛୋଟ ଛୋଟ କ୍ଷେତ୍ର ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ନିଯୁକ୍ତି ପାଉଛନ୍ତି ସେସବୁକୁ ଏମଏସଏମଇରେ ସାମିଲ କରାଇବା ପାଇଁ ସେ ଚେଷ୍ଟା କରିବେ। ସେ କହିଥିଲେ ଯେ ନିର୍ମାଣ ଏବଂ ସେବା କ୍ଷେତ୍ରକୁ ଏକ କରି ଯେଉଁମାନେ ରୋଜଗାର ସମ୍ଭାବନା ଥିବା ଲୋକଙ୍କୁ ନିୟୋଜିତ କରୁଛନ୍ତି ସେମାନଙ୍କୁ ଏମଏସଏମଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ପଦକ୍ଷେପ ନେବେ।

ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଏମଡି ପୱନ ଗୋଏଙ୍କା, ସ୍ପାଇସଜେଟର ଅଧ୍ୟକ୍ଷ ତଥା ଏମଡି ଅଜୟ ସିଂ, ହିରାନନ୍ଦାନୀ ଗୋଷ୍ଠୀର ସହ-ପ୍ରତିଷ୍ଠାତା ତଥା ଏମଡି ନିରଂଜନ ହିରାନନ୍ଦାନୀ ପ୍ରମୁଖ ଭାଗ ନେଇଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories