ଗଣେଶ ପୂଜା ଓ ନାମ ସଂକୀର୍ତ୍ତନ
ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ଗ୍ରାମର ବାଲ୍ ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ଥର ବେଶ ଯାକଜକମରେ ଗଣପତିଙ୍କ ପୂଜାଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ସନ୍ଧ୍ୟାରେ ୩ଟି ମହିଳା ମଣ୍ଡଳ ନଦୀୟା ସଂକୀର୍ତ୍ତନ ଗୋଷ୍ଠୀଙ୍କୁ ନେଇ ଭଜନ ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଏଥିରେ ମାନପୁର ନୂଆସାହି, ବାସୁଦେବପୁର ଓ ତେନ୍ତୁଳିଆ ମହିଳା ମଣ୍ଡଳ ଯୋଗଦେଇ ନଦୀୟା ସଂକୀର୍ତ୍ତନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତିଗିରିଆ ପିପିଦେବ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇଥିଲେ। ଗୁରୁବାର ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୂଜା କମିଟି ସଦସ୍ୟ ପିଙ୍କୁ ଗୋଛି, ଅଶୋକ କୁମାର ସ୍ୱାଇଁ, ଆଦିତ୍ୟ ପ୍ରସାଦ ସ୍ୱାଇଁ, ଆଲୋକ କୁମାର ସ୍ୱାଇଁ, ଟିଲୁ ପୃଷ୍ଟି, ବିଶ୍ୱଜିତ୍ ସ୍ୱାଇଁ, ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରୟାଲ ଡାଇମଣ୍ଡ ପକ୍ଷରୁ ଚାନ୍ଦି ଗଣେଶ ମୂର୍ତ୍ତି
ତିଗିରିଆ : ତିଗିରିଆ ବ୍ଲକ ପାଞ୍ଚଗାଁରେ ଗଣେଶ ପୂଜା ଚଳିତ ବର୍ଷ ବେଶ ଯାକଜକମରେ ପାଳନ କରାଯାଉଥିବା ବେଳେ ରୟାଲ ଡାଇମଣ୍ଡ କ୍ଲବ ପକ୍ଷରୁ ଚଳିତ ବର୍ଷ ଚାନ୍ଦିର ଗଣେଶ ମୂର୍ତ୍ତି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି । କ୍ଲବ ପକ୍ଷରୁ ପ୍ରଥମ କରି ପାଞ୍ଚଗାଁରେ ଏହି ଚାନ୍ଦି ମେଢ଼ ନିର୍ମାଣ କରାଯାଇଛି । ଏଥିରେ ଗଣେଶ ମୁକୁଟ, ଦାନ୍ତ, ହାତ ପାପୁଲି ଏବଂ ଲଡ଼ୁ ଚାନ୍ଦିରେ ନିର୍ମାଣ କରାଯାଇଛି । ଏନେଇ ୩କିଗ୍ରାରୁ ଅଧିକ ରୂପା ବ୍ୟବହାର ହୋଇଥିବା କ୍ଲବ ସଭାପତି ଦୀପକ କୁମାର ବେହେରା କହିଛନ୍ତି । କ୍ଲବର ପକ୍ଷରୁ ଗତ ୧୦ବର୍ଷ ହେଲା ଗଣେଶ ପୂଜା ଆୟୋଜନ ହୋଇଆସୁଛି । ଏହି ଚାନ୍ଦିର ଅଳଙ୍କାର କ୍ଲବ ସଦସ୍ୟଙ୍କ ଠାରୁ ସଂଗୃହିତ ଅର୍ଥରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ୧୧ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ସଭାପତିଙ୍କ ସହିତ ଉପସଭାପତି ଆକାଶ କୁମାର ବେହେରା, ଅସିତ କୁମାର ନାୟକ, ବିକାଶ ସାହୁ, ବବୁଲ ବେହେରା, ଅର୍ଜୁନ ବେହେରା, ସୌମ୍ୟରଞ୍ଜନ ସାହୁ, ସିପୁନ ଜେନା, ରଞ୍ଜନ ବାରିକ, ଦନାର୍ଦ୍ଦନ ରାଉତ, ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।
Comments are closed.