www.samajalive.in
Friday, December 12, 2025
14.1 C
Bhubaneswar

ଆଦିବାସୀ ବହୁଳ ଜିଲାରେ କନ୍ଧା ଚାଷର ପ୍ରସାର ସମ୍ବନ୍ଧୀୟ କର୍ମଶାଳା

ଜି.ଉଦୟଗିରି: କନ୍ଧମାଳ ଜିଲାର ଟିକାବାଲି ବ୍ଲକର କଟିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଲସିପଦର ଠାରେ କେନ୍ଦ୍ରୀଅ ଆଇସିଆର ଅନୁକୁଲ୍ୟରେ ଭୁବନେଶ୍ବର ସିଟିସି ଆରଆଇ ଓ ସ୍ବାଛାସେବି ସଙ୍ଗଠନ ଓରସା ସହାୟତାରେ କନ୍ଧା ଚାଷର ପ୍ରସାର ସମ୍ବନ୍ଧିଅ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାରେ ଓରସା ସଙ୍ଗଠନର ସଂପାଦକ ପ୍ରେମାନନ୍ଦ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା। କର୍ମଶାଳାରେ ସିଟିସ ଆରଆଇର ଭୁବନେଶ୍ବରର ପ୍ରଧାନ ବୈଜ୍ଞାନିକ ଡ.କେ ଲକ୍ଷ୍ମିନାରାୟଣ ଯୋଗଦେଇ ଗୟା ଆଳୁ, ସାକର କନ୍ଧା, ଖମ୍ଭଆଳୁ, କନ୍ଧମୁଳ ଓ ଅଲୁଅ ଭଳି କନ୍ଦାଜତୀୟ ଫସଲରେ ଆଦିବାସୀ ମାନଙ୍କର କମ ଖର୍ଛରେ ଅଧିକା ଉପାର୍ଜନ ବିହନର ରକ୍ଷଣ ବେକ୍ଷଣ ଆଦି ସଂପର୍କରେ ଚାଷୀଙ୍କୁ ବୁଝାଇ ଥିଲେ। ଏଥିପାଇଁ ଓରସା ସଙ୍ଗଠନ ମଧ୍ୟମରେ ବିହନ ମାଗଣାରେ ଯୋଗାଇ ଦେବା ସହ ଆଗାମି ୨୦୨୨ ସୁଧା ଚାଷୀଙ୍କ ଲାଭ ଦୁଇ ଗୁଣ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବୈଜ୍ଞାନିକ ଡି.ଭି ବନସୋଡୋ ଯୋଗଦେଇ ଜିଲାରେ କନ୍ଧା ଜାତୀୟ ପଦର୍ଥର ବ୍ୟବହାର ଜାଣି ନ ଥିବାରୁ ଚାଷୀମାନେ ଏହାର ଉଚିତ ମୂଲ୍ୟ ପାଉ ନାହାନ୍ତି ଏଣୁ ଏହାକୁ ଚିପସ, ନୁଡୁଲସ, ଜେଲି, ପୋଲାପଦାମ, ପାଉଡର କରି ଅଟାରେ ମିଶାଇ ରୋଟି ଭଳି ବ୍ୟବହାର କରିବା ଓ ଏହାର ଔଷଧିୟ ଗୁଣ ଯଥା ପେଟ ରୋଗ, ମଳକଣ୍ଟ, ହୃଦରୋଗ, ଆଦି ରୋକାଯାଇ ପାରିବ ଆଉରି ମଧ୍ୟ କନ୍ଧାରୁ ଚିପସ୍ ଡେମୋ କରି ଦେଖାଇ ଥିଲେ। ପୂର୍ବରୁ ଦୁଇ ବୈଜ୍ଞାନିକ ଚାଷିଙ୍କ ବାଡିରେ କିପରି ଚାଷ କରିଛନ୍ତି ଓ ଏହାର ଫାଇଦା ପଚାରି ବୁଝିଥିଲେ। କାର୍ଯ୍ୟକ୍ରମ ସଙ୍ଗଠନର  ସଂଯୋଜକ ରାଜ କୁମାର ବେହେରା ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରି ସହଯୋଗ କରିଥିଲେ। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଚାଷି ଉପସ୍ଥତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories