www.samajalive.in
Sunday, December 7, 2025
14.1 C
Bhubaneswar

ପଞ୍ଚାୟତ ସ୍ତରରେ ମାଣ୍ଡିଆ ବହୁଳ ଉତ୍ପାଦନ ସଚେତନତା କର୍ମଶାଳା

ଜି ଉଦୟଗିରି : ଟିକାବାଲି ବ୍ଲକ ଅନ୍ତର୍ଗତ ବଡିମୁଣ୍ଡା ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ କୃଷି କାର୍ଯ୍ୟାଳୟ ସହାୟତା ତଥା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ସହଯୋଗରେ ସଂଯୋଜିକା ସୁସ୍ମିତା ଜେନାଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରରେ ବହୁଳ ଉତ୍ପାଦନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କହର, ସରପଞ୍ଚ ବଡି ମୁଣ୍ଡ। ବଦନ କୁମାର ପ୍ରଧାନ, ସରପଞ୍ଚ ଗାଡ଼ିଙ୍ଗିଆ ଜୀତେନ୍ଦ୍ର ମଲିକ, ସରପଞ୍ଚ ପାଦାଙ୍ଗୀ ସୁଭଲକ୍ଷ୍ମି ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ ରାଜେଶ ବିଶ୍ଵାଳ, ସହକାରୀ କୃଷୀ ଅଧିକାରିଣୀ ସୁଭସ୍ମିତା ସାହୁ, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ ଯୋଗ ଦେଇ ମାଣ୍ଡିଆ ଚାଷ କଲେ ପ୍ରୋତ୍ସାହନ ରାଶି ପ୍ରଦାନ, ମାଣ୍ଡିଆର ଉପକାରିତା, ମାଣ୍ଡିଆକୁ ବ୍ୟବହାର କଲେ ନିରୋଗ ରହିବା , ବର୍ତ୍ତମାନ ମାଣ୍ଡିଆ ଚାଷକୁ ସାରା ବିଶ୍ଵରେ ଏହାର ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସିଧସଳଖ ସହାୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ସଫଳ ଚାଷୀଙ୍କୁ ମାନପତ୍ର ପ୍ରଦାନ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ଵାତୀର କର୍ମୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମୀ ସହଯୋଗ କରିଥିଲେ। ପୁର୍ବରୁ ରାଧାମାଧବ ପଣ୍ଡା ଓ କୁସ ସାନସେଟଙ୍କ ଦ୍ବାରା ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନୀ କରି ଚାଷୀଙ୍କୁ ଅଧିକ ଅମଳ ଉପରେ ସଚେତନତା କରିଥଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories