www.samajalive.in
Saturday, December 6, 2025
26.1 C
Bhubaneswar

ଜେଲ ୱାର୍ଡର ପରିଧାନ କଲେ କଳାବ୍ୟାଚ

ଜି ଉଦୟଗିରି : ଆଜି ଠାରୁ ଜେଲ ୱାର୍ଡର ମାନେ ୫ଦଫା ଦାବି ନେଇ କଳାବ୍ୟାଚ ପରିଧାନ କରିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଆଜି ଠାରୁ ୨୪ରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବେ। ଦାବି  ପୂରଣ ନ ହେଲେ ଆସନ୍ତା ୨୫ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟରେ ରହି କାର୍ଯ୍ୟ ସାରି ଆମରଣ ଅନସନରେ ବସିବେ ବୋଲି ସଂଘର ସଭାପତି ଲିଙ୍ଗରାଜ ସାହୁ ସୂଚନା ଦେଇଛନ୍ତି।
୫ଦଫା ଭିତରେ ୧୯୦୦ ରୁ ୨୦୦୦ ଗ୍ରେଡପେ, ପଦୋନ୍ନତିରେ ପୁରୁଣା ୨୦୧୨ନିୟମ ଲାଗୁ କରିବା, ଉପଖଣ୍ଡ ସ୍ତରୀୟ ବଦଳି କୋହଳ କରିବା, ଖାଦ୍ୟ ଭତା ୪୦୦ରୁ ୧୪୦୦କୁ ବୃଦ୍ଧି ଓ ୧୩ ମାସିଆ ଦରମା ଓ ଏସ ଆର ୨୦୧୭ଅନୁଯାୟୀ ବୃଦ୍ଧି କରିବା ଆଦି ଅନ୍ତର୍ଭୁକ୍ତ। କଳାବ୍ୟାଚରେ ଭାଗିରଥୀ ବେହେରା, ସଂପାଦକ ସାଗର କୁମାର ଗୁମାନ୍ ସିଂ, ମୁରଲୀ ସେଠୀ, ଦେବରାଜ ଡାକୁଆ, ବିକ୍ରମ ପ୍ରଧାନ,ଯୋଗେନ୍ଦ୍ର ମାହାଙ୍କୁଡ, ସଂଯୁକ୍ତା ବେହେରା ଓ ପ୍ରଭାସିନୀ ମହାପାତ୍ର ଆଦି ସାମିଲ୍ ଥିବା ସଭାପତି ଲିଙ୍ଗରାଜ ସାହୁ ସୂଚନା ଦେଉଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories