www.samajalive.in
Sunday, December 14, 2025
26.1 C
Bhubaneswar

ମାଣ୍ଡିଆ ଅମଳ ଯାତ୍ରାରେ ଅଧକ୍ଷ। କାଟିଲେ ମାଣ୍ଡିଆ

ଜି ଉଦୟଗିରି : ଜି ଉଦୟଗିରି ବ୍ଳକ ଅନ୍ତର୍ଗତ ରାଇକୋଲ। ପଞ୍ଚାୟତ ସ୍ଥିତ ଦୁବେନାଜୁ ଠାରେ ଆୟୋଜିତ ମାଣ୍ଡିଆ ଅମଳ ଜନବିକାସ ନିର୍ଦ୍ଦେଶକ ମଦନ ସୁଆଲ ସିଂଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, କୃଷିଜିଲା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଗୋଷ୍ଠି କୃଷି ଅଧିକାରୀ ପ୍ରିୟଦର୍ଶିନୀ ମଲିକ, ଦିବ୍ୟଜ୍ୟୋତି ନିର୍ଦେଶକ କାଶିଆନ ପ୍ରଧାନ,ଏଫପିଓ ସୁଜାତା ଜାନି, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମାଜୀରା ପ୍ରଧାନ ଅଗ୍ରଣୀ ଚାଷୀ ରିଙ୍କୁ ପ୍ରଧାନ, ୱାର୍ଡ ସଭ୍ୟ ସଞ୍ଜୀବ ପ୍ରଧାନ ଉପସ୍ଥିତି ରହି ମାଣ୍ଡିଆର ଉପକାରିତା, ଉତ୍ପାଦନ, ଚାଷକଲେ ପ୍ରୋଛହନ ରାଶି ପ୍ରଦାନ ସାଙ୍ଗକୁ ମାଣ୍ଡିଆ ବର୍ତ୍ତମାନ ନାମୀଦାମୀ ଲୋକଙ୍କ ଖାଦ୍ୟ ହୋଇଛି ତା’ଉପରେ ଗୁରୁତ୍ବରୋପ କରିଥିଲେ।
ପୂର୍ବରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ମାଣ୍ଡିଆ କୁ କାଟିଥିଲେ। କାର୍ଯ୍ୟକ୍ରମକୁ କୃଷି ଅଧିକ୍ଷକ କାଳୀଚରଣ ସାହୁ, ଉପ ବିଭାଗୀୟ ଅଧିକାରୀ ଶୁଶାନ୍ତ କୁମାର ନୟକ ପରିଚାଳନା କରିଥିବାବେଳେ, ପୁର୍ବରୁ ସହକାରୀ ନିର୍ଦେଶକ ଜନବିକାଶ ତ୍ରିନାଥ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ସଂଯୋଜକ ଅରୁଣ ନାୟକ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories