www.samajalive.in
Saturday, December 6, 2025
19.1 C
Bhubaneswar

ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କୃଷି ପାଇଁ ଜି-୨୦ ଦେଶଗୁଡିକ ସହମତ

ଡେସ୍କ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ବୈଜ୍ଞାନିକ ଜ୍ଞାନ ଓ କୃଷି କ୍ଷେତ୍ରରେ ତାହାର ନିବେଶ କୃଷକମାନଙ୍କ ନିକଟରେ ପହଂଚିବା ଉପରେ କୃଷି କାର୍ଯ୍ୟଗୋଷ୍ଠୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ଜି-୨୦ ବୈଠକର ଶେଷ ଦିନରେ ହାଇଦ୍ରାବାଦରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କୃଷି ପାଇଁ ଜି-୨୦ ଦେଶଗୁଡିକ ସହମତ ହୋଇଛନ୍ତି।

ସେ କହିଛନ୍ତି ଯେ ତିନି ଦିନିଆ ବୈଠକରେ କୃଷି ସଙ୍କଟ ସମସ୍ୟାର ସମାଧାନ, ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର, ଡିଜିଟାଲ ଉପକରଣର ବ୍ୟବହାର ଏବଂ ମିଲେଟର ପ୍ରଚାର ପ୍ରସାର ଉପରେ ମଧ୍ୟ ଆଲୋଚନା କରାଯାଇଛି। ସେ କହିଛନ୍ତି, କୃଷି ଉପରେ ତିନି ଦିନିଆ ଜି-୨୦ କାର୍ଯ୍ୟ ଗୋଷ୍ଠୀ ମଧ୍ୟରେ କୃଷି ସଙ୍କଟ, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ପରିବେଶ ପ୍ରସଙ୍ଗରେ ସମସ୍ତ ଅଂଶଗ୍ରହଣକାରୀ ଦେଶ ଭାରତକୁ ସମର୍ଥନ କରିଛନ୍ତି। ଭାରତ ବିଶ୍ୱର ନେତୃତ୍ୱ ନେବ ଏବଂ ଏହି ପ୍ରସଙ୍ଗରେ ବିଶ୍ୱକୁ ଦିଗଦର୍ଶନ ଦେବ ବୋଲି ସେ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories