www.samajalive.in
Saturday, December 6, 2025
26.1 C
Bhubaneswar

ଫଳ ଖାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ

ପ୍ରତ୍ୟେକ ଋତୁରେ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ ଫଳ ନିଶ୍ଚୟ ଖାଇବା ଉଚିତ। ଏହାର ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ମାତ୍ର ଫଳର ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ଫଳ ଖାଇବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଫଳ ଖାଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ…..
ଅନେକ ଲୋକେ ସକାଳେ ଫଳ ଖାଇବା ପାଇଁ କିଛି ସମୟ ପୂର୍ବରୁ ଏହାକୁ କାଟି ରଖନ୍ତି। ଏପରି କରିବା ଦ୍ୱାରା ଏହାର ପୋଷକତତ୍ତ୍ୱ ନଷ୍ଟ ହୋଇଥାଏ। ଫଳ ଖାଇବା ସମୟରେ ହିଁ ତାହାକୁ କାଟି ଖାଆନ୍ତୁ। ପୂର୍ବରୁ କାଟି ରଖନ୍ତୁ ନାହିଁ।
ଫଳ ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ। ମାତ୍ର ଏଥିରେ ଲୁଣ ପକାନ୍ତୁ ନାହିଁ। ଫଳରେ ଏହାର ପ୍ରାକୃତିକ ସ୍ୱାଦ ନଷ୍ଟ ହେବା ସହ ସଠିକ ପୋଷକ ତତ୍ତ୍ୱ ମିଳିପାରି ନଥାଏ।
ଅନେକ ଲୋକେ ଫଳ ସାଲାଡ ଖାଇବା ସହ କଫି ପିଅନ୍ତି। ମାତ୍ର ଏପରି କରିବା ଦ୍ୱାରା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ହଜମ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଫଳ ଖାଇବା ସମୟରେ ଚା’ କିମ୍ବା କଫି ସେବନ କରନ୍ତୁ ନାହିଁ।
ସେଓ ଖାଇବା ସମୟରେ ଏହାକୁ ଭଲ ଭାବେ ଧୋଇ ଖାଆନ୍ତୁ। ମାତ୍ର ଚୋପା ସହ ଖାଆନ୍ତୁ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories