www.samajalive.in
Saturday, December 6, 2025
19.1 C
Bhubaneswar

ତ୍ୱଚାର ଚମକ ଦ୍ୱିଗୁଣିତ କରେ ଏହି ଫଳ ରସ

ସୁନେଲି ଓ କୋମଳ ତ୍ୱଚା ପାଇଁ ଯତ୍ନବାନ ହେବା ଆବଶ୍ୟକ। ମୁହଁକୁ ସଫା କରିବା ସହ ନିଜ ଖାଦ୍ୟପେୟରେ ଏପରି କିଛି ଜିନିଷ ସାମିଲ କରିବା ଆବଶ୍ୟକ, ଯାହା ତ୍ୱଚା ପାଇଁ ଜରୁରୀ। ମୁହଁର ସୌନ୍ଦର୍ଯ୍ୟ ପାଇଁ ଅନେକ ଖାଦ୍ୟର ସେବନ କରାଯାଇଥାଏ। ଏହାମଧ୍ୟରେ ଗୋଟିଏ ହେଉଛି ଫଳ। ଫଳର ରସ ମୁହଁର ସୁନ୍ଦରତାକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଜାଣନ୍ତୁ ସେଭଳି ଫଳ ରସ ବିଷୟରେ….
ସେଓ ରସ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ , ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହାର ସେବନ କଲେ ମୁହଁର ଚମକ ବୃଦ୍ଧି ପାଇଥାଏ। କୋମଳ ମଧ୍ୟ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ଫଳରେ ତ୍ୱଚାର କୁଞ୍ଚନ ସମସ୍ୟା ଦୂର ହୋଇଥାଏ।
ଲେମ୍ବୁ ରସ – ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ। ଏହା ମୁହଁକୁ ସଫା କରିବା ପାଇଁ ସର୍ବୋତ୍ତମ ଉପାୟ ବୋଲି କୁହାଯାଏ।
ସୁନେଲି ଓ ସଫା ତ୍ୱଚା ପାଇଁ କମଳା ଜୁସ୍‍ ଖୁବ ଉପକାରୀ।
ଅମୃତଭଣ୍ଡା ରସ ପିଇବା ଦ୍ୱାରା ମୁହଁ ଦାଗ ଦୂର ହେବା ସହ ମୁହଁର ଚମକ ବୃଦ୍ଧି ପାଇଥାଏ।
ବିଟ୍‍ ରସ ପିଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏଥିରେ ଭିଟାମିନ୍‍ ଏ, ସି ଓ କେ ରହିଛି। ଯାହା ତ୍ୱଚାରୁ ଅପରିଷ୍କାର ଜିନିଷ ଦୂର କରିବାରେ ସହାୟକ ହୋଇଥାଏ।
ଟମାଟୋ ରସ କିମ୍ବା ଟମାଟୋ ଜୁସ ମଧ୍ୟ ତ୍ୱଚା ପାଇଁ ଉପକାରୀ। ଏହା ମୁହଁର ମୃତ କୋଷିକାକୁ ଦୂର କରିଥାଏ।
ନିୟମିତ ହଳଦୀ ଜୁସ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହା ମୁହଁର ଚମକ ବଜାୟ ରଖିଥାଏ।

 

- Advertisement -

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories