www.samajalive.in
Monday, December 8, 2025
24.1 C
Bhubaneswar

ଚାକିରି ଲୋଭରେ ଠକାମିରେ ପଡିଲେ, ଯୁବକଙ୍କ ନାଁରେ ୨୫୦ କୋଟି..

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଜଫରନଗରରେ ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଜଣେ ଯୁବକଙ୍କ ଘରେ ଅଚାନକ ଜିଏସଟି ବିଭାଗର କର୍ମଚାରୀ ପହଞ୍ଚିଲେ । ଏହା ପରେ ଯୁବକ ଜାଣିବାକୁ ପାଇଲେ ଯେ ତାଙ୍କ ନାଁରେ ଏକ କମ୍ପାନୀ ଚାଲିଛି ଏବଂ ୨୫୦ କୋଟି ଟଙ୍କାର ଜିଏସଟି ଇ ଓ୍ବେ ପୈଠ ନେଣଦେଣ ହୋଇଛି । ଏହା ଶୁଣି ଯୁବକଙ୍କୁ ପାଦ ତଳୁ ମାଟି ଖସିଯାଇଛି । ଖାଲି ତାଙ୍କ ପରିବାରରେ ନୁହେଁ, ସାରା ଅଞ୍ଚଳରେ ଏମିତି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରତନପୁରୀ ଥାନା ଅଞ୍ଚଳରେ ବଡସୁ ଗାଁରେ ରହୁଥିବା ଜଣେ ବେକାରୀ ଯୁବକ ଅଶ୍ବିନୀ କୁମାରଙ୍କୁ କିଛି ଦିନ ପୂର୍ବରୁ ହ୍ବାଟ୍ସଆପରେ ଏକ କଲ୍ ଆସିଥିଲା । କଲରେ ଚାକିରି କଥା କୁହାଯାଇଥିଲା । ଚାକିରି ଆଶାରେ ସେ ମଗାଯାଇଥିବା କାଗଜପତ୍ର ହ୍ବାଟ୍ସଆପରେ ପଠାଇଦେଲେ । ଏହା ସହିତ ତାଙ୍କୁ ୧୭୫୦ ଟଙ୍କା ମଧ୍ୟ ହ୍ବାଟ୍ସଆପରେ ମଗାଯାଇଥିଲା । ସବୁଦେବା ପରେ ମଧ୍ୟ ଚାକିରି ମିଳିଲାନି । ଏବେ ତାଙ୍କ ନାଁରେ ଏକ ନକଲି କମ୍ପାନୀ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲି ପ୍ରାୟ ୨୫୦ କୋଟି ଟଙ୍କାର ଜିଏସଟିର ଇ-ଓ୍ବେ ବିଲିଂ ଠକେଇ କରାଯାଇଛି । ଅଧିକାରୀଙ୍କ କହିବାନୁସାରେ ଜିଏସଟି ବିଭାଗ ସହିତ ମିଶି ଏହି ମାମଲାରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯାଉଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories