ଶୁକ୍ରବାର ରାଶିଫଳ: ଉପାର୍ଜନ ବଢିବ, ଏହି ରାଶିର ଲୋକଙ୍କୁ ମିଳିବ ଶୁଭ ଖବର

ମେଷ- ଦେଶାନ୍ତରରୁ ବିପୁଳ ପରିମାଣର ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ରାଜସେବାରୁ ନଗଦ ଓ ବକେୟା ପ୍ରାପ୍ୟ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଚତୁଷ୍ପଦ ପ୍ରାଣୀ ବିକ୍ରୟରୁ ଆୟ ବୃଦ୍ଧି ହେବ।

ବୃଷ-ସାଧୁମାନଙ୍କର ହିତକାରୀ ହେବେ। ଦେବ ପୂଜାନିରତ ହୋଇପାରନ୍ତି। ବ୍ରହ୍ମ ଉପାସକ ହୋଇ ବ୍ରାହ୍ମଣମାନଙ୍କ ପ୍ରୀତିକାରୀ ହେବେ। ଧର୍ମ କାର୍ଯ୍ୟରେ ଅକାତରେ ଧନ ବ୍ୟୟ କରିବେ। ସୁସ୍ଥ ଜୀବନ ବିତାଇବେ।

ମିଥୁନ- ଧର୍ମ ଆଚରଣରେ ଧନ୍ୟ ହେବେ। ଅତିସେବା ପରାୟଣ ହୋଇପାରନ୍ତି। ଦରିଦ୍ରମାନଙ୍କୁ ଅକୁଣ୍ଠିତ ଚିତ୍ତରେ ଅର୍ଥ ଓ ଅନ୍ନ ଦାନ କରି ସେମାନଙ୍କ ଜଠରାଗ୍ନିକୁ ନିର୍ବାପିତ କରିବେ। ମହତ୍‌ ପ୍ରୟାସୀ ହେବେ।

କର୍କଟ- ବିଶୁଦ୍ଧ ପାନୀୟ ଜଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ମାରାତ୍ମକ କୀଟପତଙ୍ଗଙ୍କଠାରୁ ଦୂରତ୍ବ ରଖି ସ୍ବାସ୍ଥ୍ୟ ରକ୍ଷା ପ୍ରତି ଯତ୍ନବାନ୍‌ ହେବେ। ବିଦେଶୀ ଲୋକଙ୍କୁ ହଠାତ୍‌ ବିଶ୍ବାସକୁ ନ ଆଣି ପାରନ୍ତି।

ସିଂହ- ପତ୍ନୀ ସ୍ବଭାବ ସୁଲଭ ଗୁଣରେ ଗୁଣୀ ହୋଇ ପ୍ରତ୍ୟେକ କ୍ଷେତ୍ରରେ ସ୍ବାମୀଙ୍କ  ସାହାଯ୍ୟକାରିଣୀ ହେବେ। ଚପଳମତି ହୋଇପାରନ୍ତି। ସ୍ନେହୀ ସ୍ବଭାବ ସମ୍ପନ୍ନା ହେବେ। ଶିକ୍ଷା ଜଗତର ଧୃବତାରା ହୋଇପାରନ୍ତି।

କନ୍ୟା- କନ୍ୟାମାନେ ଶୁଦ୍ଧ ସ୍ବଭାବସମ୍ପନ୍ନା ହେବେ। ପିତାମାତାଙ୍କର ହିତକାରୀ ହୋଇପାରନ୍ତି। ସାମାଜିକ ସ୍ତରରେ ପରକୁ ଆପଣାର କରି କାର୍ଯ୍ୟ ହାସଲରେ ପଟୁତା ପ୍ରତିପାଦନ କରିପାରନ୍ତି। କର୍ମଚଞ୍ଚଳ ହେବେ।

ତୁଳା- ସନ୍ତାନମାନେ ସୁଶୀଳ ହୋଇ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବେ। ମନୋହରକାନ୍ତିଯୁକ୍ତ ହୋଇପାରନ୍ତି। ସେବା ପରାୟଣ ହେଲେ ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହେବେ। ସୁଖୀ ହେବେ।

ବିଛା- ଜଳଜ ପଦାର୍ଥରୁ ଲାଭବାନ୍‌ ହେବେ। କଠିନ ପରିଶ୍ରମ ଓ ନୀତିନିଷ୍ଠ ହୋଇଥିବାରୁ ଉପରିସ୍ଥ କର୍ମକର୍ତ୍ତାଙ୍କ ବିଶ୍ବାସଭାଜନ ହେବେ। ବ୍ୟବସାୟରୁ ଲାଭବାନ୍‌ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳ କରିବେ।

ଧନୁ- ଶୂର, ଧନୀ, ଧର୍ମଜ୍ଞ ଓ ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ନୀତିନିଷ୍ଠ ରାଜସେବକ ଭାବେ ବହୁ ସୁନାମର ଅଧିକାରୀ ହେବେ। କୃପାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ମକର- ବହୁ ଉପାୟରେ ଧନ ଆହାରଣ କରି ଆର୍ଥିକ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରନ୍ତି। ରାଜସେବା ଓ କୃଷି କର୍ମରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ପଡ଼ୋଶୀ ଓ କୃଷକଙ୍କର ସାହାଯ୍ୟକାରୀ ହେବେ।

କୁମ୍ଭ- ବେଦ ପ୍ରଥାବଲାମ୍ବି ହୋଇ ଜଣେ ଧର୍ମଜ୍ଞ ବ୍ୟକ୍ତିଭାବେ ଆଶ୍ରିତମାନଙ୍କର ସୁପରାମର୍ଶଦାତା ହେବେ। ବୀରକର୍ମା ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସତ୍‌ପରାୟଣ ହେବେ। ସାମୟିକ ମୌନାବତାର ହେବେ।

ମୀନ- ଜଳଯାତ୍ରାରେ ବିପଦ ରହିଛି। କୁସଙ୍ଗରେ ପଡ଼ି ଖର୍ଚ୍ଚାନ୍ତ ହୋଇପାରନ୍ତି। ଅହଂଭାବ ପରିତ୍ୟାଗ କରିବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। କର୍ମଠ ଓ କର୍ମଚଞ୍ଚଳ ରହିବେ।

Comments are closed.