www.samajalive.in
Monday, December 8, 2025
13.1 C
Bhubaneswar

ପୂର୍ବତନ ସାଂସଦଙ୍କ ଅଭିନବ ଉଦ୍ୟମ, ପୋଷ୍ଟକାର୍ଡରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ ରାଣୀ ମା’ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଅଭିନବ ଉପାୟରେ କରୋନା ସଚେତନତା ବାର୍ତ୍ତା ବାଣ୍ଟି ସାଧାରଣ ଲୋକଙ୍କ ନୈତିକ ସାହସ ବୃଦ୍ଧି କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ମୋବାଇଲ ଫୋନର ବହୁଳ ବ୍ୟବହାର ଯୋଗୁଁ ଭାରତୀୟ ଡାକ ସେବା ପ୍ରଭାବିତ ହୋଇଥିବା ବେଳେ ପୋଷ୍ଟକାର୍ଡ ମାଧ୍ୟମରେ ଜନମାନସରେ ଆଦୃତ ହୋଇଥିବା ନୟାଗଡ଼ ରାଣୀ (ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ) ଓ କେତେଜଣ ସ୍ବେଛାସେବୀ, ସାଧାରଣ ବର୍ଗର ଲୋକଙ୍କୁ ଚିଠି ଲେଖି କରୋନା ମହାମାରୀ ଭଳି କଠିନ ସମୟରେ କୁଶଳରେ ଥାଆନ୍ତୁ କାମନା କରିବା ପୂର୍ବକ ସେ ସେମାନଙ୍କ ସହିତ ସୁବିଧା ଅସୁବିଧାରେ ସବୁବେଳେ ସାଙ୍ଗରେ ଅଛନ୍ତି ଓ ରହିବେ ବୋଲି ଜଣାଇଛନ୍ତି।

ସେ ଲେଖିଛନ୍ତି,’ଆଶା କରୁଛି ଏହି ଲକ ଡାଉନ ଭଳି କଠିନ ସମୟରେ ଆପଣମାନେ ଠିକରେ ଥିବେ। ଆପଣଙ୍କ ସୁବିଧା ଅସୁବିଧାରେ ମୁଁ ଆପଣମାନଙ୍କ ସାଙ୍ଗରେ ସବୁବେଳେ ଅଛି ଓ ରହିବି। ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।’

- Advertisement -

ନୟାଗଡ଼ ଜିଲ୍ଲାରେ ୭୫୦ରୁ ଅଧିକ ପୋଷ୍ଟ କାର୍ଡ ସଚେତନତା ବାର୍ତ୍ତା ଡାକ ଦ୍ୱାରା ପଠାଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଚର୍ଚ୍ଚାକୁ ଆସିଛନ୍ତି। ଗୋଟିଏ ଦିଗରେ କରୋନା ସଚେତନତା ବାର୍ତ୍ତା ଓ ଅନ୍ୟ ଦିଗରେ ଭାରତୀୟ ଡାକ ଉପରେ ଏହାର ସୁପ୍ରଭାବ ପଡ଼ୁଥିବାରୁ ବିଭିନ୍ନ ମହଲରେ ଏଭଳି କାର୍ଯ୍ୟକୁ ସ୍ୱାଗତ କରାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories