www.samajalive.in
Monday, December 8, 2025
14.1 C
Bhubaneswar

ପୁଣି ବଡବାହାଳ ରେଂଜ ଅଂଚଳରେ ଅବାଧ ବନ୍ୟଜନ୍ତୁ ଶିକାର

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବଢିବାରେ ଲାଗିଛି। ସୋମବାର ଏହି ବନଖଣ୍ଡର ବଡବାହାଳ ରେଂଜ ଚୁଡାପୁଡୁଗ ଗ୍ରାମରେ ବନବିଭାଗ ଚଢଉ କରି ଅବାଧ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ହରିଣ ମାଂସଓ ଦେଶୀ ବନ୍ଧୁକ ଜବତ କରିଥିଲା। ପୁଣି ମଙ୍ଗଳବାର ରାତିରେ ବଡବାହାଳ ରେଂଜ ଧଉରାଖମଣ-ସୁଦମୁଣ୍ଡା ରାସ୍ତାରେ ଅବାଧ ବନ୍ୟଜନ୍ତୁ ଶିକାର କରି ଫେରୁଥିବା ବେଳେ ବନକର୍ମଚାରୀଙ୍କ ହାବୁଡାରେ ପଡି ୧୧ କେଜି ମାଙ୍କଡ ମାଂସ ସହିତ ଶିକାରୀକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବନ୍ଧାଭୁଇଁ ଗ୍ରାମର ସମରା ମୁଣ୍ଡା(୪୫)। ସୁଚନା ଅନୁଯାୟୀ, ପଶ୍ଚିମ ଓଡିଶାର ସହର ଠୁ ଆରମ୍ଭ କରି ଗ୍ରାମଞ୍ଚଳ ପର୍ଯ୍ୟନ୍ତ କାର୍ତ୍ତିକ ପୁର୍ଣ୍ଣିମା ପରଦିନକୁ ଝାଡଖାଇ ଭାବେ ମନାଇଥାଆନ୍ତି। ଏହି ଦିନରେ  ଖାସି ବୁଦା, କୁକୁଡା ମାଂସର ଚାହିଦା ରହିଥିବା ବେଳେ ବିଭିନ୍ନ ଅଂଚଳରେ ଶିକାରୀ ମାନେ ବନ୍ୟଜନ୍ତୁ ଶିକାରୀ କରି ବଜାରରେ ଚଢାଦରରେ ଜନ୍ତୁ ମାଂସ ବିକ୍ରି କରିଥାନ୍ତି। ଏହି କ୍ରମରେ ମଙ୍ଗଳବାର ରାତିରେ ବଡବାହାଳ ରେଂଜ ଅନ୍ତର୍ଗତ ସୁଦମୁଣ୍ଡା ଅଂଚଳରେ କିଛି ଲୋକ ବନ୍ୟଜନ୍ତୁ ଶିକାର କରିବା ନେଇ ଡିଏଫଓ ପ୍ରଦିପ୍ତ କୁମାର ସାହୁ ଖବର ପାଇ ବଡବାହାଳ ରେଂଜକୁ ଜଣାଇଥିଲେ।ଡିଏଫଓଙ୍କ ନିର୍ଦ୍ଦେଶରେ ବଡବାହାଳ ରେଂଜର ଫରେଷ୍ଟର ସଦାଶିବ ନାଏକ, ରାଜେନ୍ଦ୍ର ପ୍ରଧାନ ଧଉରାଖମଣ-ସୁଦମୁଣ୍ଡା ରାସ୍ତା ସୁଦମୁଣ୍ଡା ଗ୍ରାମନିକଟରେ ଚଢଉ କରି ଜଙ୍ଗଲରୁ ଶିକାର କରି ଫେରୁଥିବା ଶିକାରୀକୁ ଗିରଫ କରିଥିଲେ। ତା ପାଖରୁ ୧୧ କେଜି ମାଙ୍କଡ ମାଂସ, ଜାଲ ଓ ଏକ ଟାଙ୍ଗିଆ ଜବତ କରିବା ସହ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତ ସମରା ମୁଣ୍ଡାକୁ କୋର୍ଟ ଚାଲାଣ କରିଥିବା ନେଇ ଜଣାପଡିଛି। ଜବତ ମାଂସକୁ ରେଢ଼ାଖୋଲ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ପରୀକ୍ଷା ନିରୀକ୍ଷା କରିବା ପରେ ପୋତି ଦିଆଯାଇଥିବା ବେଳେ ଏହା ୨ଟି ମାଙ୍କଡର ମାଂସ ହୋଇଥିବା ଅନୁମାନ କରିଥିଲେ। ତେବେ ସଂପୃକ୍ତ ଅଭିଯୁକ୍ତ ଜଣକ ଗତ କିଛିଦିନ ହେବ ନିଜ ପରିବାର ସହ ଆସି ସୁଦମୁଣ୍ଡା ଗ୍ରାମରେ ନିକଟରେ ରହି ଜଙ୍ଗଲରୁ ଶିଆରି ପଟ ସଂଗ୍ରହ କରୁଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories