ବାର୍ବିକ୍ୟୁ ଖାଦ୍ୟ ପାଟି ସୁଆଦିଆ ହେଲେ ଏହା ମଧ୍ୟ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ହଜମ ହୁଏନାହିଁ ଓ ଛାତି ଜଳାପୋଡ଼ା ହୋଇଥାଏ। ଏଭଳି ଖାଦ୍ୟ ଖାଇଲେ କର୍କଟ ହେବାର ଆଶଙ୍କା ସର୍ବାଧିକ।
ଡିପ୍ ଫ୍ରାଏ ଖାଦ୍ୟରେ କୌଣସି ପୋଷକତତ୍ତ୍ବ ନ ଥାଏ। ଅମ୍ଳ ରୋଗୀ ଏସବୁ ନ ଖାଇବା ଉଚିତ।
u ଆଜିକାଲି ବଜାରରେ ଡବାଖାଦ୍ୟର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ହେଲେ ଏସବୁଠାରୁ ଦୂରେଇ ରହିବା ଉଚିତ। ଏହା ବିଭିନ୍ନ ମାରାତ୍ମକ ରୋଗକୁ ନିମନ୍ତ୍ରଣ କରେ।
ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ରହିଛି, ସେମାନେ ଆଦୌ ଚା’ ପିଇବା ଉଚିତ ନୁହେଁ। ଏହାସହ ଖାଲି ପେଟରେ ଚା’ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ଅଧିକ ହୋଇଥାଏ। କିଛି ଲୋକଙ୍କୁ ଛୋଲେ
-ପୁରୀ ହେଉ ଅଥବା ଛଣା ତରକାରୀ ବେଶ ପସନ୍ଦ। ମାତ୍ର ଗ୍ୟାଷ୍ଟ୍ରିକ ସମୟରେ ଖାଇବା ଉଚିତ ନୁହେଁ।
ଆପଣଙ୍କର ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଅଧିକ ଥିଲେ ତେବେ ରାଜମାର ସେବନ କରନ୍ତୁ ନାହିଁ।
ଫୁଲକୋବି ଓ ସିମଲା ଲଙ୍କାରେ ପ୍ରସ୍ତୁତ ପ୍ରତ୍ୟେକ ବ୍ୟଞ୍ଜନ ଖୁବ ସ୍ୱାଦିଷ୍ଟ। ମାତ୍ର ଗ୍ୟାଷ୍ଟ୍ରିକ ସମୟରେ ଏହାର ସେବନ କରିବା ଉଚିତ ନୁହେଁ।
ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସମୟରେ ଅଧିକ ସାଲାଡ ମଧ୍ୟ ଖାଆନ୍ତୁ ନାହିଁ କିମ୍ବା ଏଥିରେ ଅଳ୍ପ କଳାଲୁଣ ଓ ଜୁଆଣୀଗୁଣ୍ଡ ମିଶାଇ ଅଳ୍ପ ପରିମାଣରେ ଖାଇପାରିବେ।
ଗ୍ୟାଷ୍ଟ୍ରିକ ସମସ୍ୟା ଥିବା ବ୍ୟକ୍ତି ଉଷୁମ କ୍ଷୀର ପିଅନ୍ତୁ ନାହିଁ। କିମ୍ବା କ୍ଷୀର ଓ ପାଉଁରୁଟି ଖାଆନ୍ତୁ ନାହିଁ



