ଆବଶ୍ୟକ ସାମଗ୍ରୀ
ମୁଗ ଡ଼ାଲି – ୧କପ
କଟା ପିଆଜ – ୨ଟି
କଟା କଞ୍ଚା ଲଙ୍କା – ୨ଟି
କଟା ଅଦା – ଅଳ୍ପ
କଟା ରସୁଣ – ୨ଟି
ଗୋଟା ଜିରା – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ବଟର – ୨ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଲେମ୍ବୁ ରସ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ମୁଗଡ଼ାଲି, ରସୁଣ, ପିଆଜ, ଅଦା, କଞ୍ଚା ଲଙ୍କା, ଲୁଣ, ଅଳ୍ପ ପାଣି ଦେଇ ୨ଟି ସିଟି ଦେଇ ସିଝାଇ ଦିଅନ୍ତୁ। ୨ଟି ସିଟି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଛାଣି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ସେଥିରେ ବଟର ପକାଇ ଗରମ କରନ୍ତୁ। ବଟର ପକାଇବା ପରେ ସେଥିରେ ଗୋଟା ଜିରା ପକାନ୍ତୁ। ଜିରା ପକାଇବା ପରେ ସିଝାଇଥିବା ଡ଼ାଲିକୁ ପକାଇ ଗୋଳାନ୍ତୁ। ଏବେ ଏକ ପାତ୍ରକୁ କାଢି ଏଥିରେ ଧନିଆ ପତ୍ର ଓ ଲେମ୍ବୁ ରସ ପକାଇ ଖାଆନ୍ତୁ।
ମୁଗ ଡ଼ାଲି ଶୋରବା
Popular Categories



