ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ଦାୟିତ୍ଵ ନେବ ରିଲାଏନ୍ସ କମ୍ପାନୀ। ପିଲାମାନଙ୍କର ଶିକ୍ଷା ଏବଂ ନିଯୁକ୍ତି ଦାୟିତ୍ଵ କମ୍ପାନୀ ଗ୍ରହଣ କରିବ ବୋଲି ଶନିବାର ଘୋଷଣା କରିଛି। ଆବଶ୍ୟକ ହେଲେ ଆହତ ଯବାନମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲରେ ଯବାନମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
Popular Categories



