www.samajalive.in
Tuesday, December 9, 2025
17.1 C
Bhubaneswar

ଟେଷ୍ଟି ପାଳଙ୍ଗ ତରକାରୀ

ଆବଶ୍ୟକ ସାମଗ୍ରୀ
ପାଳଙ୍ଗ ଶାଗ – ଆବଶ୍ୟକ ଅନୁଯାୟୀ
ଘିଅ – ୫ ଚାମଚ
ହେଙ୍ଗୁ – ଅଳ୍ପ
ଗୋଟା ଜିରା – ଅଳ୍ପ
ଅଦା ରସୁଣ କଞ୍ଚା ଲଙ୍କା ବଟା – ୨ ଚାମଚ
କଟା ପିଆଜ – ୨ଟି
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୧ଟି
ଧନିଆ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଗରମ ମସଲା – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଳଙ୍ଗ ଶାଗ ଧୋଇ କାଟି କରି ରଖନ୍ତୁ। ଗ୍ୟାସରେ କଡ଼େଇ ବସାନ୍ତୁ। କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସାମାନ୍ୟ ହେଙ୍ଗୁ, ଗୋଟା ଜିରା ପକାନ୍ତୁ। କିଛି ସମୟ ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିବା ପରେ ଅଦା, ରସୁଣ, କଞ୍ଚା ଲଙ୍କା ବଟା , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷନ୍ତୁ । ଭଲ ଭାବେ କଷିବା ପରେ ଏଥିରେ ପାଳଙ୍ଗ ଶାଗ ପକାଇ ଅଳ୍ପ ପାଣି ଦେଇ ୫ ମିନିଟ ଗ୍ୟାସରେ ବସାନ୍ତୁ। ୫ ମିନିଟ ପରେ କଟା ଟମାଟୋ ପକାଇ ଗୋଳାଇ ଦିଅନ୍ତୁ। ପୁଣି ୨ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ୧ ଚାମଚ ଘିଅ ଏଥିରେ ପକାଇ ଦିଅନ୍ତୁ। ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories