ରାଜ୍ୟରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଗାଡି ଯାତାୟାତ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ୨୨ ତାରିଖ ଯାଏ ବିଭିନ୍ନ ଜିଲାରେ ଘନ କୁହୁଡି ସମ୍ଭାବନା ରହିଛି। ଘନ କୁହୁଡି ନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଘନ କୁହୁଡି ନେଇ ୧୧ ଜିଲା କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ଘନ କୁହୁଡି ନେଇ ୧୯ ଜିଲା ଓ ସୋମବାର ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲା ଗୁଡିକରେ ଗାଡି ଯାତାୟାତ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି।

 

Comments are closed.