www.samajalive.in
Friday, December 5, 2025
27.1 C
Bhubaneswar

ଜଳକା ଓ ବୈତରଣୀରେ ବଢୁଛି ଜଳସ୍ତର ; ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାସହ ବଢି ଚାଲିଛି ବିଭିନ୍ନ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର ପ୍ରବାହିତ ହେଉଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି କରାଯାଇଛି । ଏନେଇ ଶନିବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ସହ ଯୋଗାଯୋଗରେ ରହିଥିବା ବେଳେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବର୍ତ୍ତମାନ ସେଠାରେ ଜଳସ୍ତର ୭.୨୦ ମିଟର ରହିଛି । ବୈତରଣୀର ଆଖୁଆପଦାରେ ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସକାଳ ୧୦ଟା ସୁଦ୍ଧା ଜଳସ୍ତର ୩୮.୨୨ ମିଟର ରହିଥିଲା । ଯାଜପୁର ଓ ଭଦ୍ରକର ଜିଲ୍ଲାପାଳଙ୍କୁ ସୂଚନା ଦିଆଯିବା ସହ ସ୍ଥିତି ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାମନଗର ଓ ଯାଜପୁରର କେତେକ ଅଞ୍ଚଳ ବନ୍ୟା ପାଇଁ ପ୍ରଭାବିତ ହେବ । ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ଜିନିଷ ସହ ଉପସ୍ଥିତ ରହିବାକୁ ଓ ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିବାକୁ କୁହାଯାଇଛି । ବ୍ରାହ୍ମଣୀ ନଦୀର ରେଙ୍ଗାଲି ଡ଼୍ୟାମ୍‌ରେ ଜଳସ୍ତର ବିପଦ ସଙ୍କେତ ଠାରୁ କମ୍‌ ଥିବାରୁ ଅଧିକ ପ୍ରଭାବିତ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି । ଗତକାଲି ଗୋଟିଏ ଗେଟ୍‌ ଖୋଲାଯାଇଥିବାରୁ କିଛି ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ ।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

କୋଟିପତି ଜଙ୍ଗଲବାବୁ ଗିରଫ; ଘରେ କରିଥିଲେ ଟଙ୍କାର ପାହାଡ

- Advertisement -

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories