www.samajalive.in
Thursday, December 11, 2025
16.1 C
Bhubaneswar

କାଲିମେଳାରେ ବନ୍ୟା ପରିସ୍ଥିତି – ଭୟରେ ତଳିଆ ଅଞ୍ଚଳ ଗ୍ରାମବାସୀ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ତୃତୀୟ ଥରପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଗତ ଦୁଇଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଏପରି ଅବସ୍ଥା ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳା ବ୍ଲକରେ ୧୨୯ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ପ୍ରବଳ ବର୍ଷା ସହ ମଝିରେ ମଝିରେ ପବନ ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। କ୍ରମାଗତ ବର୍ଷା ଯୋଗୁ ଆଜି ସକାଳୁ ୩୨୬ ନଂ ଜାତୀୟ ରାଜପଥର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦ ଗୁବୁଲୁର ନାଳ, ଏମଭି-୯୬ରେ ଥିବା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହିସବୁ ପୋଲ ଉପରେ ପ୍ରାୟ ୪ରୁ ୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‍ ହୋଇଯାଇଛି।

ମାଲକାନଗିରିରୁ କାଲିମେଳା, କାଲିମେଳାରୁ ମୋଟୁ କୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ସେପଟେ କାଲିମେଳା ସହ ପଡ଼ିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେବାରୁ କାଲିମେଳାରୁ ପଡ଼ିଆ ବ୍ଲକକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। କାଲିମେଳା ପଡ଼ିଆ ମୁଖ୍ୟରାସ୍ତା ଦେଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଚଳାଚଳ କରୁଥିବା ଟ୍ରକ, ବସ ବନ୍ଦ ରହିଛି। ମାଲକାନଗିରି ଜିଲ୍ଲା ସହ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟକୁ ସଡ଼କପଥ ଏକ ପ୍ରକାର ବିଛିନ୍ନ ହୋଇପଡ଼ିିଛି। ଫଳରେ ଆନ୍ତଃରାଜ୍ୟ ବସ ସେବା ପ୍ରଭାବିତ ହୋଇଛି। କାଲିମେଳାରୁ ହାଇଦ୍ରାବାଦ ଓ ରାୟପୁରକୁ ଯାତାୟତ କରୁଥିବା ଯାତ୍ରୀବାହୀ ବସ ସବୁ ଅଧାବାଟରେ ଅଟଳି ରହିଛି। ଫଳରେ ଅନେକ ଯାତ୍ରୀ ବହୁ ଅ୍ରସୁବିଧାର ସମ୍ମୁଖୀନ ହେଉଛନ୍ତି। ପଟେରୁ ନଦୀ ନିକଟବର୍ତି ତଳିଆ ଅଂଚଳରେ ଥିବା ଲୋକମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ କଲାିମେଳା, ପଡିଆ ଓ ମୋଟୁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ବନ୍ୟାଯୋଗୁଁ କାଲିମେଳା ବ୍ଲକର ନାମକୋଣ୍ଡାରୁ ଭେଂକଟପଲମ ଗ୍ରାମକୁ ଯୋଗାଯୋଗ ବନ୍ଦ ରହିଛି।

- Advertisement -

ପୋଟେରୁ ନଦୀର ବନ୍ୟାଜଳ ଯୋଗୁଁଁ ନାମକୋଣ୍ଡା ଭେଂକଟପଲମ ଗ୍ରାମ୍ୟ ରାସ୍ତା ବୁଡ଼ିଯାଇଥିବାରୁ ଏହିସବୁ ଗ୍ରାମକୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। ଏମଭି-୯୦ ଫାର୍ମ କଲୋନୀ ନିକଟରେ ବନ୍ୟାଆସିବା ସହ ଭେଙ୍କଟାପଲମ ଗ୍ରାମ ପଂଚାୟତର ତେଲିଗୁଡ଼ା, ଏମଭି-୧୩୦ ଗ୍ରାମ ମଧ୍ୟ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଗିରକାନପାଲୀ ଗ୍ରାମଟି ପୋଟେରୁ ନଦୀକୁଳରେ ଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଥିବା ସୂଚନା ମିଳିଛି। ଖାଲି ଏତିକି ନୁହେଁ ଗିରକାନପାଲୀ ଆଶ୍ରମ ବିଦ୍ୟାଳୟ ଓ କାଲିମେଳା ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଦୁଇଟି ପୋଟେରୁ ନଦୀକୁଳରେ ଥିବାରୁ ଅନ୍ତେବାସୀମାନେ ରାତିସାରା ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ତେବେ ବନ୍ୟା ପରିସ୍ଥିତି ସଂପର୍କରେ ବିଡ଼ିଓ ଉମାଶଂକର ଦଳାଇ , ରାଜସ୍ୱଅଧିକାରୀ ଓ କାଲିମେଳା ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି। ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛିା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories